ETV Bharat / city

‘ସେପ୍ଟେମ୍ବର ପୂର୍ବରୁ ହେବନି ନୂଆ ଡ୍ରାଇଭିଂ ଲାଇସେନ୍ସ ଆବେଦନ’ - ଭୁବନେଶ୍ବର ଖବର

ଡ୍ରାଇଭିଂ ଲାଇସେନ୍ସ ଆବେଦନ ସଂକ୍ରାନ୍ତରେ ଦ୍ବନ୍ଦ୍ବରେ ପଡିଛନ୍ତି ସରକାର । ଏବେ ବି ଅଢେଇ ଲକ୍ଷ ଆବେଦନକାରୀ ରହିଛନ୍ତି । ତେବେ ନୂଆ ଆବେଦନ ନୁହେଁ ବରଂ ପୁରୁଣା ଆବେଦନକାରୀଙ୍କୁ କିପରି ଲାଇସେନ୍ସ ଦିଆଯିବ ସେନେଇ ବିଭାଗ ଗୁରୁତ୍ବ ଦେଇଛି । ଅଧିକ ପଢନ୍ତୁ...

‘ସେପ୍ଟେମ୍ବର ପୂର୍ବରୁ ହେବନି ନୂଆ ଡ୍ରାଇଭିଂ ଲାଇସେନ୍ସ ଆବେଦନ’

author img

By

Published : Jun 13, 2020, 12:19 PM IST

ଭୁବନେଶ୍ବର: ଡ୍ରାଇଭିଂ ଲାଇସେନ୍ସ ଆବେଦନ ସଂକ୍ରାନ୍ତରେ ଦ୍ବନ୍ଦ୍ବରେ ପଡିଛନ୍ତି ସରକାର । ଏବେ ବି ଅଢେଇ ଲକ୍ଷ ଆବେଦନକାରୀ ରହିଛନ୍ତି । ତେବେ ନୂଆ ଆବେଦନ ନୁହେଁ ବରଂ ପୁରୁଣା ଆବେଦନକାରୀଙ୍କୁ କିପରି ଲାଇସେନ୍ସ ଦିଆଯିବ ସେନେଇ ବିଭାଗ ଗୁରୁତ୍ବ ଦେଇଛି । ତେବେ ସେପ୍ଟେମ୍ବର ପୂର୍ବରୁ ଡିଏଲ ଓ ଏଲଏଲ ପାଇଁ ଆବେଦନ କରିହେବନି । ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ ମିଳିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଅନ୍ୟପକ୍ଷରେ ଅଢେଇଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ଅନିଶ୍ଚିତତା ଭିତରେ ରହିଛି ଆନ୍ତଃରାଜ୍ୟ ବସ ଚଳାଚଳ । ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି । ଏସଂକ୍ରାନ୍ତରେ କୌଣସି ରାଜ୍ୟ ସହ ସରକାର କଥା ହୋଇନଥିବା ସେ ପ୍ରକାଶ କରିଛନ୍ତି । ସେହିପରି ରଥଯାତ୍ରା ପାଇଁ ବସ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି । ସବୁଥର ରଥଯାତ୍ରା ପୂର୍ବରୁ 2ଥର ବୈଠକ ବସେ । ଏ ପର୍ଯ୍ୟନ୍ତ ବୈଠକ ହୋଇନି । ସରକାର ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ବିଭାଗ ପ୍ରସ୍ତୁତ ହେବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.