ଭୁବନେଶ୍ବର: ଓଡ଼ିଶାର ନୂତନ ଡିଜିପି ଭାବେ IPS ସୁନୀଲ ବଂଶଲ ନିଯୁକ୍ତ ହୋଇଛନ୍ତି । ସୁନୀର ବଂଶଲଙ୍କ ଚାକିରି ଅବଧି ୬ ମାସ ରହିଥିଲେ ସୁଦ୍ଧା ସେ ଦୁଇ ବର୍ଷ ପାଇଁ ଏହି ଦାୟିତ୍ବ ସମ୍ଭାଳିବେ । ତାଙ୍କୁ ଚାହିଁଲେ ସୁଦ୍ଧା ସରକାର ଚାକିରିରୁ କାଢ଼ି ପାରିବେ ନାହିଁ । UPSCର ନିୟମ ଅନୁସାରେ ୨ବର୍ଷ ମଧ୍ୟରେ ବଦଳିପାରିବେନି ଡିଜିପି । ନବ ନିଯୁକ୍ତ ଡିଜିପି ସୁନୀଲ ବଂଶଲଙ୍କ ଚାକିରି କାର୍ଯକାଳ ବଢ଼ିବ ।
୧୯୮୭ ମସିହା ବ୍ୟାଚ୍ର ଏହି ଅଫିସରଙ୍କ ରହିଛି ଆଉ ମାତ୍ର ୬ ମାସ ଚାକିରି ଅବଧି । UPSC ଡିଜିପି ପୋଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅନୁନ୍ୟ ୨ ବର୍ଷ ପାଇଁ ନିଯୁକ୍ତ କରିବା କଥା ସରକାର । ଏହି ନିୟମ ମୁତାବକ ଆଗାମୀ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ IPS ସୁନୀଲ ବଂଶଲ ।
୧୯୯୪ ମସିହାରୁ ଓଡ଼ିଶା ବାହାରେ ଡେପୁଟେସନରେ କାର୍ଯ କରୁଛନ୍ତି ସୁନୀଲ ବଂଶଲ । ଓଡ଼ିଶା କ୍ୟାଡର ଏହି ଆଇପିଏସ ଅଫିସର ମୁମ୍ବାଇରେ ଇଣ୍ଟେଲିଜେନ୍ସି ବ୍ୟୁରୋରେ ଏବେ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଓଡ଼ିଶାର ଡିଜିପି ନିଯୁକ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ପଦବୀ ପାଇଁ ତାଙ୍କୁ ଚୟନ କରିଥିବାରୁ କୃତଜ୍ଞତା ପ୍ରକାଶ କରିଛନ୍ତି ।
ସୁନୀଲ ବଂଶଲ କହିଛନ୍ତି ଯେ, ଇଣ୍ଟେଲିଜେନସ ବ୍ୟୁରୋରେ ଥାଇ ସେ ଯାହା ଦେଖୁଛନ୍ତି ଓଡ଼ିଶାରେ ସ୍ଥିତି ଯାହା ରହିଛି ଠିକ୍ ରହିଛି ଆଗକୁ ଆହୁରି ଭଲ କରିବାକୁ ଚେଷ୍ଟା କରାଯିବ । ଏଥିସହ ମାଓବାଦୀ ସ୍ଥିତି ଯେଭଳି ରହିଛି ତାହାକୁ ଆହୁରି ମଝବୁତ କରିବାକୁ ଚେଷ୍ଟା କରାଯିବ । ପୋଲିସ ଗ୍ରାଉଣ୍ଡରେ ରହି କାମ କରିବା ଦରକାର । ଆଦିବାସୀ ଅଞ୍ଚଳରେ ପୋଲିସର ଦାୟିତ୍ବ ଅଧିକ ରହିଛି ।
ଓଡି଼ଶାରେ ପହଞ୍ଚିଲା ପରେ ସେ ଅନ୍ୟାନ୍ୟ ଦିଗରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ସେପଟେ ଆଗକୁ ୨୦୨୨ ନିର୍ବାଚନ ସହ ଓଡ଼ିଶା ସୀମାନ୍ତ ଓ ପଡ଼ୋଶୀ ରାଜ୍ୟରେ ମାଓ ଗତିବିଧି ଦେଖି ମୁକାବିଲା କରାଯିବ । ସାଇବର ମୁକାବିଲା ଦିଗରେ ଉଚିତ ପଦକ୍ଷେପ ସହ ମହିଳା ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ଏକ ବଡ଼ ଚ୍ୟାଲେଞ୍ଜ ହେବ । ସେପଟେ ବହୁଦିନ ଧରି ସେ ଓଡ଼ିଶାରେ ନଥିଲେ ତେଣୁ ଅନେକ ଅଫିସରଙ୍କ ସହ ଆଲୋଚନା ଓ ନିଷ୍ପତ୍ତି ନେବା ଟିକେ କଷ୍ଟ ହେବ ବୋଲି କହିଛନ୍ତି ପୁର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ