ଭୁବନେଶ୍ବର: ନୂଆ ଆହାର କେନ୍ଦ୍ରରେ ମିଳିଲା ଆହାର । 200 ଲୋକଙ୍କ ପାଇଁ 5 ଟଙ୍କାରେ ଆହାର ବ୍ୟବସ୍ଥା କରାଯାଇଛି । ଖାରବେଳ ନଗରରେ ଏହା ବିଏମସିର ଦ୍ବାଦଶ ଆହାର ସେଣ୍ଟର । ୟୁନିଟ 3 ର ଖାରବେଳ ନଗରରେ ଥିବା ବିଏମସିର ସୋସିଆଲ ଇକ୍ୟୁଇଟି ସେଣ୍ଟର ଆଶ୍ରୟ ବିଲ୍ଡିଂରେ ସୋମବାର ଭୁବନେଶ୍ବର ମଧ୍ୟ ଏବଂ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟକ ଦ୍ବୟଙ୍କ ଦ୍ଵାରା ଉଦଘାଟିତ ହୋଇଛି । ନୂଆ ଆହାର ସେଣ୍ଟର ଏବଂ ଏସୟୁ ଏଚ ସହରାଞ୍ଚଳ, ବାସହରା ଆଶ୍ରୟସ୍ଥଳୀର ମଧ୍ୟଉଦଘାଟନ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ 200 ଜନସାଧାରଣଙ୍କ ପାଇଁ 5 ଆହାର ମିଳିବା ସହ ବାସହରା ଲୋକଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ଆଶ୍ରୟସ୍ଥଳୀର ମଧ୍ୟ ଉଦଘାଟନ କରାଯାଇଛି । ଖାରବେଳ ନଗର ଅଞ୍ଚଳରେ ଶ୍ରମିକ ଶ୍ରେଣୀର ବହୁ ଜନସାଧାରଣଙ୍କୁ ସହାୟତା କରିବା ପାଇଁ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ଭୁବନେଶ୍ବରରେ ୧୧ ଟି ଆହାର ସେଣ୍ଟର ବିଭିନ୍ନ ସ୍ଥାନରେ ଖୋଲିଥିବା ବେଳେ , ଏହି ଆହାର ସେଣ୍ଟର ଖୋଲିବା ଦ୍ବାରା ଏହା ରାଜଧାନୀର ଦ୍ବାଦଶ ଆହାର ସେଣ୍ଟର ଭାବେ ପରିଗଣିତ କରାଯିବ । ରାଜଧାନୀରେ ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇ ଏଠାରେ ଏକ ନୂଆ ଆହାର ବିତରଣ କେନ୍ଦ୍ର ଖୋଲାଯାଇଛି ।,
ରାଜଧାନୀରେ ଜନହିତକର କାର୍ଯ୍ୟ ନେଇ ବିଏମସି ସର୍ବଦା ଯତ୍ନଶୀଳ । ଭୁବନେଶ୍ବରରେ ଗରିବ, ଅସହାୟ ,ବାସହରା ଲୋକଙ୍କୁ ଖାଇବା ରହିବା ସୁବିଧା ନେଇ ଏହି ଆହାର କେନ୍ଦ୍ରର ଲୋକାର୍ପଣ କରାଯାଇଛି । ରାସ୍ତାକଡରେ ଦିନ ବିତାଉଥିବା ବାସହରା ଲୋକଙ୍କ ପାଇଁ ସୋମବାର ଏସୟୁଏଚ ଆଶ୍ରୟସ୍ଥଳୀ ଲୋକାର୍ପଣ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ