ETV Bharat / city

ପଦାରେ ପଡିଲା ବିଦ୍ୟୁତ ବିଭାଗର ଚରମ ଅବହେଳା: ଗୋଟିଏ ବଲ୍‌ବ, 2ଟି ପଙ୍ଖାରେ 29 ହଜାରର ବିଲ

ପଦାରେ ପଡିଲା ବିଦ୍ୟୁତ ବିଭାଗର ଖାମଖିଆଲି ନୀତି । ବସ୍ତି ବାସିନ୍ଦାକୁ ଆସିଲା 29 ହଜାର ଟଙ୍କାର ବିଲ । ଅଧିକ ପଢନ୍ତୁ...

author img

By

Published : Jun 17, 2021, 9:40 PM IST

ପଦାରେ ପଡିଲା ବିଦ୍ୟୁତ ବିଭାଗର ଚରମ ଅବହେଳା; ଗୋଟିଏ ବଲ୍ବ,,2ଟି ପଙ୍ଖାରେ 29 ହଜାରର ବିଲ

ଭୁବନେଶ୍ବର: ପଦାରେ ପଡିଲା ବିଦ୍ୟୁତ ବିଭାଗର ଖାମଖିଆଲି ନୀତି । ଆଜବେଷ୍ଟସ ଘରେ ମାସକୁ ୨୯ ହଜାର ଟଙ୍କାର ବିଦ୍ୟୁତ ବିଲ ଶୁଝିବାକୁ ନେଇ ଚିନ୍ତାରେ ବସ୍ତିରେ ବାସ କରୁଥିବା ହିତାଧିକାରୀ । ଛୋଟିଆ ଘରେ ନା ଅଛି ଟିଭି, ଫ୍ରିଜ,କୁଲର ନା ଏସି। କେବଳ ବଲ୍‌ବ ସହ 2ଟି ସହ ପଙ୍ଖା ଚାଲୁଥିବାବେଳେ ବିଦ୍ୟୁତ ବିଲ ଆସିଛି ୨୯ ହଜାର ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲାବେଳେ ଏଭଳି ସାଂଘାତିକ ଅଭିଯୋଗ ଆସିଛି ଖୋଦ ରାଜଧାନୀର ନିଳାଦ୍ରୀ ବିହାରସ୍ଥିତ ଇଶାଣେଶ୍ଵର ବସ୍ତି ଅଞ୍ଚଳରୁ ।

ବସ୍ତିରେ ରହୁଥିବା ଜଗନ୍ନାଥ ଦାସ ଏବେ ଏହି ୨୯ ହଜାର ଟଙ୍କାର ବିଦ୍ୟୁତ ବିଲ ପୈଠ କରିବାକୁ ବାଧ୍ୟ ହୋଇ ସର୍ବସ୍ଵାନ୍ତ ହେବାକୁ ବସିଛନ୍ତି। ୨୦୧୩ ମସିହାରୁ ଜଗନ୍ନାଥ ଏହି ବସ୍ତିରେ ବସବାସ କରି ଆସୁଛନ୍ତି । ତେବେ ପୂର୍ବ ମାସ ଗୁଡିକରେ ସ୍ଵାଭାବିକ ଭାବେ ୩୦୦-୪୦୦ ଟଙ୍କା ମଧ୍ୟରେ ବିଲ ଆସୁଥିବାବେଳେ ଚଳିତ ବର୍ଷ ଜଗନ୍ନାଥଙ୍କ ଘରକୁ ୨୯ ହଜାର ଟଙ୍କାର ବିଲ ଆସିଛି । ଏତେ ଟଙ୍କାର ବିଲ ଆସିବାପରେ ପଇଠ କରିବା ପାଇଁ ଜଗନ୍ନାଥ ଏବେ ଚିନ୍ତାରେ । ଅନ୍ୟପଟେ ଏନେଇ ସେ ବିଭାଗୀୟ ଅଧିକାରୀମାନଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ କେହି ତାଙ୍କୁ ସହାୟତା କରୁନଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.