ଭୁବନେଶ୍ବର: ଘୋଷଣା ହେଲା ନିଟ୍ (ୟୁଜି )ପରୀକ୍ଷା ତାରିଖ । ସେପ୍ଟେମ୍ବର 12 ରେ ହେବ ନିଟ (ୟୁଜି)ପରୀକ୍ଷା । ଏନେଇ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେଭିଡ କଟକଣା ମଧ୍ୟରେ ପରୀକ୍ଷା ହେବା ନେଇ ଶିକ୍ଷା ମନ୍ତ୍ରଣାଳୟ ଦେଲା ସୂଚନା । NEET ପରୀକ୍ଷା 155ଟି ସହରରେ ହେବାକୁ ଥିବାବେଳେ ଏହାକୁ 198 ବଢାଯିବା ନେଇ ସମ୍ଭାବନା ରହିଛି ।
![ସେପ୍ଟେମ୍ବର 12 NEET ୟୁଜି ପରୀକ୍ଷା](https://etvbharatimages.akamaized.net/etvbharat/prod-images/od-bbsr-03-coronq-niit-7206049_12072021182903_1207f_1626094743_810.jpg)
ଆସନ୍ତାକାଲି ସନ୍ଧ୍ୟା 5ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏନଟିଏ (NTA.NIC.IN) ୱେବ ସାଇଟକୁ ଯାଇ ଛାତ୍ରଛାତ୍ରୀ କରି ପାରିବେ ଆବେଦନ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ