ETV Bharat / city

NEET 2022: ରାଜ୍ୟର ୨୪ଟି ସହରରେ ହେବ ପରୀକ୍ଷା

author img

By

Published : Jul 17, 2022, 8:39 AM IST

୨୦୨୨ ଶିକ୍ଷାବର୍ଷର ମେଡିକାଲ ତଥା MBBS ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟାରେ ଶେଷ ହେବ ନିଟ୍ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ଦେବେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

NEET 2022:  ରାଜ୍ୟର ୨୪ଟି ସହରରେ ହେବ ପରୀକ୍ଷା
NEET 2022: ରାଜ୍ୟର ୨୪ଟି ସହରରେ ହେବ ପରୀକ୍ଷା

ଭୁବନେଶ୍ବର: ଆଜି(ରବିବାର) ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପ୍ରବେଶିକା ପରୀକ୍ଷା(NEET-UG 2022) ଅନୁଷ୍ଠିତ ହେବ । ୨୦୨୨ ଶିକ୍ଷାବର୍ଷର ମେଡିକାଲ ତଥା ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟାରେ ଶେଷ ହେବ ନିଟ୍ ପରୀକ୍ଷା ।

ଏହି ପରୀକ୍ଷା ଏମବିବିଏସ୍‌,ବିଡିଏସ୍‌, ବିଏଚଏମଏସ, ବିଓ୍ବାଇଏମ୍‌ଏସ୍‌, ବିଭିଏସସି ଏବଂ ମନୋନୀତ ବିଏସ୍‌ସି ନର୍ସିଂ କଲେଜ ପାଠ୍ୟକ୍ରମର ପ୍ରାୟ ଏକ ଲକ୍ଷ ୪୦ ହଜାର ସିଟ ପାଇଁ ପରୀକ୍ଷା ହେବ । ଏଥିପାଇଁ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଓଡିଶାରୁ ନିଟ୍‌ ପରୀକ୍ଷା ଦେବେ ୧ଲକ୍ଷ ୩୦ହଜାର ପରୀକ୍ଷାର୍ଥୀ । ଏଥିପାଇଁ ଓଡ଼ିଶାରେ ୨୪ଟି ସହରରେ ପରୀକ୍ଷା କେନ୍ଦ୍ର, ଭୁବନେଶ୍ବରରେ ୧୮ଟି କେନ୍ଦ୍ର କରାଯାଇଛି ।

ସେହିପରି ଦେଶର ୫୪୩ ସହର ସମେତ ବିଦେଶର 14ଟି ସହରରେ ପରୀକ୍ଷା ହେବ । ସମସ୍ତ କୋଭିଡ୍ କଟକଣା ପାଳନ କରାଯାଇ ପରୀକ୍ଷା ଆୟୋଜନ ହେବ । ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟାରେ ବୃଦ୍ଧି କରାଯାଇଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟୀ, କନ୍ନଡ, ମାଲାୟଲମ୍ , ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ପରି ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ।

ଗତବର୍ଷ ମୋଟ ମୋଟ ୧୬ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ରାଜ୍ୟରେ ୧୬ଟି ସହରରେ ୩ ହଜାର ୮୫୮ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.