ETV Bharat / city

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହୋଇଛି ରାଜ୍ୟ ଓ ଜିଲ୍ଲାୱାରୀ କାର୍ଯ୍ୟ ଯୋଜନା: ମୁଖ୍ୟ ଶାସନ ସଚିବ - Need to reduce air pollutants

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନେଇ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ । ଏଥିରେ ଯୋଗଦେଇ ବାୟୁ ପ୍ରଦୁଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ଏବଂ ଜିଲ୍ଲାୱାରୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅଧିକ ପଢ଼ନ୍ତୁ

ବାୟୁ ପ୍ରଦୁଷଣ ନିୟନ୍ତ୍ରଣ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

author img

By

Published : Sep 8, 2022, 10:54 AM IST

ଭୁବନେଶ୍ବର: ବାୟୁ ପ୍ରଦୁଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ଏବଂ ଜିଲ୍ଲାୱାରୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ବରରେ 'ନୀଳ ଗଗନ ପାଇଁ ବିଶୁଦ୍ଧ ବାୟୁ' ଆନ୍ତର୍ଜାତିକ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଏକ ଘରୋଇ ହୋଟେଲରେ ଏକ ସଚେତନତା ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ବାୟୁ ପ୍ରଦୁଷଣ ନିୟନ୍ତ୍ରଣ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ
ବାୟୁ ପ୍ରଦୁଷଣ ନିୟନ୍ତ୍ରଣ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

ବର୍ତ୍ତମାନ ଉଭୟ ବ୍ୟକ୍ତିଗତ ଓ ସାଙ୍ଗଠନିକ ସ୍ତରରେ ବାସ୍ତବ କାର୍ଯ୍ୟ, ସଚେତନତା ଏବଂ ନିୟମ ଗୁଡିକର ଦୃଢ଼ ପ୍ରବର୍ତ୍ତନ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ନୀତି ନିର୍ଦ୍ଧାରଣ ଏବଂ କ୍ଷେତ୍ରାୟନ ସ୍ତରରେ ପୂର୍ଣ୍ଣ ସମନ୍ବୟ ଓ ସହଭାଗିତା ସହ କାମ କରିବାକୁ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ବାୟୁ ପ୍ରଦୂଷଣ କରୁଥିବା ଅନେକ କାରକ ଗୁଡିକୁ ସାଧାରଣତଃ ଖାଲି ଆଖିରେ ଦେଖି ହୁଏନାହିଁ । ତେଣୁ ବାୟୁ ପ୍ରଦୁଷଣ ବିଷୟରେ ଲୋକମାନଙ୍କୁ ସଠିକ ଭାବେ ଜଣାଇବା ପାଇଁ ବ୍ୟାପକ ଓ ସଘନ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର । ବାୟୁର ଜିଲ୍ଲା, ରାଜ୍ୟ ବା ଦେଶ ଆଦି ପରିସର ନାହିଁ । ତେଣୁ ସମସ୍ତ ପ୍ରଦୁଷଣର କାରକ ଓ ବସ୍ତୁକୁ ସେଗୁଡିକର ସୃଷ୍ଟି ସ୍ଥାନରେ ହିଁ ସତର୍କତାର ସହ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ସବୁଜ ବଳୟ ଏବଂ ଜଙ୍ଗଲର ଘନତାରେ ଦୃଶ୍ୟମାନ ଅବିବୃଦ୍ଧି ହାସଲ ହୋଇଛି ।"

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, "୨୦୧୯ ମସିହାରେ ଆରମ୍ଭ କରାଯାଇଥିବା ଜାତୀୟ ବିଶୁଦ୍ଧ ବାୟୁ କାର୍ଯ୍ୟକ୍ରମ (NCAP) ରେ ଆସନ୍ତା ୫ ମଧ୍ୟରେ ୨୦ ରୁ ୩୦ ପ୍ରତିଶତ ବାୟୁ ପ୍ରଦୁଷଣ କମାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ସମସ୍ତେ ମିଳିତ ଭାବେ କାର୍ଯ୍ୟ କଲେ ଆମେ ଏହି ଲକ୍ଷ୍ୟ ହାସଲ କରିବା । ଏହାସହ ଓଡ଼ିଶାକୁ ଏକ ଉତ୍ତମ ବାସଯୋଗ୍ୟ ରାଜ୍ୟରେ ପରିଣତ କରିପାରିବା ।" ସେହିଭଳି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓଡ଼ିଶାରେ ପରିବହନରୁ ଜାତ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ କମାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କହିଛନ୍ତି । ତେବେ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହନ, ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ପୁରୁଣା ଗାଡି ଗୁଡିକୁ ରାସ୍ତାରୁ ହଟାଇବା, ଇ-ଯାନ ଉତ୍ପାଦନ ନିମନ୍ତେ ସରକାରୀ ସହଯୋଗ ଓ ସବସିଡ଼ ଆଦି ବିଷୟରେ ସେ ସବିଶେଷ ସୂଚନା ଦେଇଛନ୍ତି ।

ସେହିପରି ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନିଜ ବିଭାଗର ପ୍ରଦୂଷଣ ନିୟନ୍ତ୍ରଣ ବାବଦରେ ସୂଚନା ଦେଇଛନ୍ତି । ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡାକ୍ତର କେ ମୁରୁଗେଶାନ ଆଲୋଚନା ଚକ୍ରର ମୁଖ୍ୟ ବିଷୟ ଉପସ୍ଥାପନ କରିବା ସହ ସ୍ବାଗତ ସମ୍ଭାଷଣ ଦେଇଥିଲେ । ଏହାପରେ ୨ ଟି ବୈଷୟିକ ବୈଠକରେ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଜାତୀୟ ବିଶୁଦ୍ଧ ବାୟୁ ପ୍ରଦୂଷଣ କାର୍ଯ୍ୟକ୍ରମ, NCAP ପୋର୍ଟାଲ, ପ୍ରଦୁଷଣ ନିର୍ଗମନ ଏବଂ ଉତ୍ସରେ ଏହାର ନିୟନ୍ତ୍ରଣ, ସାଟେଲାଇଟ୍ ମଧ୍ୟରେ ବାୟୁ ପ୍ରଦୂଷଣ ନିରୀକ୍ଷଣ, ପ୍ରଦୂଷଣ କାରକଗୁଡିକର ବାୟୁର ଗୁଣାତ୍ମକମାନ ଉପରେ ପ୍ରଭାବ ପ୍ରକ୍ରିୟା ଆଦି ବିଷୟରେ ଆଲୋଚନା ହୋଇଥିଲା । ଡାକ୍ତର ନିହାର ରଞ୍ଜନ ସାହୁ, ସୋନାଲ ଜେନ, ପ୍ରଫେସର କାକୋଲି କେ ପାଲ, ଅନୁମିତା ରାୟଚୌଧୂରୀ, ଡ଼ାକ୍ତର ଯୋଗେଶ ସେଠ, ଡ଼ାକ୍ତର ଭିନୋଜ ଭି ଏବଂ ଡ଼ାକ୍ତର ବୋପତୀ ଆର ପ୍ରମୁଖ ବିଶେଷଜ୍ଞମାନେ ଏସବୁ ବିଷୟ ଉପରେ ନିଜ ନିଜର ଗବେଷଣାତ୍ମକ ମତ ଉପସ୍ଥାପନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.