ETV Bharat / city

ପରୀ ହତ୍ୟା ଘଟଣା: NCPCR ପକ୍ଷରୁ ନୟାଗଡ ଜିଲ୍ଲାପାଳ, ଏସପିଙ୍କୁ ସମନ

author img

By

Published : Dec 4, 2020, 7:10 PM IST

କୁନି ଝିଅ ‘ପରୀ’ର ମୃତ୍ୟୁକୁ ନେଇ ନୟାଗଡ଼ ଏସପିଙ୍କୁ ସମନ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(NCPCR) । ଅଧିକ ପଢନ୍ତୁ...

NCPCR summons nayagarh SP, collector over pari death case
‘ପରୀ’ ମୃତ୍ୟୁ ଘଟଣା: ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ନୟାଗଡ଼ ଏସପି, ଜିଲ୍ଲାପାଳଙ୍କୁ ସମନ

ହାଇଦ୍ରାବାଦ: କୁନି ଝିଅ ‘ପରୀ’ର ମୃତ୍ୟୁକୁ ନେଇ ନୟାଗଡ଼ ଏସପିଙ୍କୁ ସମନ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) । ଡିସେମ୍ବର ୯ ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ହାଜର ହେବା ସହ ଜବାବ ରଖିବାକୁ ଆୟୋଗ କହିଛନ୍ତି ।

ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କ ସହ ନୟାଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ସମନ କରାଯାଇଛି । ଏମାନେ ଦୁଇ ଜଣ ବ୍ୟକ୍ତିଗତ ଭାବେ ହାଜର ହୋଇ ଆୟୋଗ ଆଗରେ ଜବାବ ରଖିବେ ବୋଲି କୁହାଯାଇଛି । ଜାତୀୟ ଶିଶୁ ଅଧିକାର ଆୟୋଗକଙ୍କ ଏହି ନିଷ୍ପତ୍ତିରେ ଖୁସିବ୍ୟକ୍ତ କରିବା ସହ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଟ୍ବିଟ ଯୋଗେଁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବିତ ପାତ୍ର ଗତ ନଭେମ୍ବର ୩୦ ତାରିଖରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପରୀ ମୃତ୍ୟୁର ତଦନ୍ତ କରିବା ପାଇଁ ନିବେଦନ କରିଥିଲେ। ଏସମ୍ପର୍କିତ ଏକ ସ୍ମାରକପତ୍ର ମଧ୍ୟ ସେ ଆୟୋଗର ଅଧ୍ୟକ୍ଷଙ୍କୁ ଦେଇଥିଲେ।

ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ନିରବ ଅଛନ୍ତି । ପୋଲିସ ମଧ୍ୟ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ କରିଥିଲେ । ଏହା ଏକ ସୁଚିନ୍ତିତ ହତ୍ୟା ବୋଲି କହିଥିଲେ ସମ୍ବିତ ପାତ୍ର । ସମ୍ବିତଙ୍କ ଏହି ପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆଜି ଏହି ସମନ ଜାରି କରିଛନ୍ତି ।

ନୟାଗଡ଼ର ପାଞ୍ଚ ବର୍ଷର ଝିଅ ‘ପରୀ’ ମୃତ୍ୟୁକୁ ନେଇ ଏବେ ବିଜେପି ଟାର୍ଗେଟରେ ବିଜେଡି। ଏହି ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କର ମଧ୍ୟ ଇସ୍ତଫା ଦାବି କରିଛି ଦଳ । ଶୁକ୍ରବାର ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିବା ସହ ତାଙ୍କର ବହିଷ୍କାର ଦାବି କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.