ଭୁବନେଶ୍ବର: ସୁରଟରେ ଓଡ଼ିଆ ଶ୍ରମିକଙ୍କ ସମସ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନ୍ଫରେନ୍ସିଂ ଜରିଆରେ ଚାଲିଛି ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଚାଲିଛି ଆଲୋଚନା।
ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ନେଇ ଚାଲିଛି ଆଲୋଚନା । ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା ସମସ୍ୟା ନେଇ ଧର୍ମେନ୍ଦ୍ର ମଧ୍ୟସ୍ଥତା କରି ସମାଧାନ ବାଟ ବାହାର କରିବା ନେଇ ବୈଠକରେ ସାମିଲ ରହିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଓ ଏହାର ସମାଧାନ ଦିଗରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ରୂପାନୀଙ୍କୁ ଅନୁରୋଧ କରିପାରନ୍ତି ନବୀନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ