ଭୁବନେଶ୍ବର: କୋରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ । ଦେଶବ୍ୟାପୀ 21 ଦିନ ଲକ୍ଡାଉନ୍ ଘୋଷଣାକୁ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ଏହି ବିପଦ ସମୟରେ ସମସ୍ତେ ଏକାଠି ହେବା । କୋରୋନା ମୁକାବିଲା ଏହି ସମୟର ବଡ ଆହ୍ଵାନ ବୋଲି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ।
ସେହିପରି ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗାଡିକୁ ଆସିବାଲାଗି ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ରରେ ଜଣାଇଛନ୍ତି । ରାଜ୍ୟବାହାରୁ ଆସୁଥିବା ଅତ୍ୟାବଶ୍ୟକୀୟ ଗାଡିକୁ ଅନୁମତି ଦେବାପାଇଁ ସେ କହିଛନ୍ତି । ଏହି ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ଗୋଟିଏ ବଡ ଚ୍ୟାଲେଞ୍ଜ । ଏହାକୁ ବିନା ବାଧକ ଭାବରେ ସମଗ୍ର ଦେଶରେ ବିଭିନ୍ନ ରାଜ୍ୟରେ କିଭଳି ଭାବରେ ପହଞ୍ଚି ପାରିବ ସେନେଇ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ