ଭୁବନେଶ୍ବର: କୋଭିଡ ଯୋଦ୍ଧାଙ୍କ ସର୍ବୋଚ୍ଚ ତ୍ୟାଗକୁ ପୁନଃସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ଗୋଟିଏ ମିନିଟର ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କରିଛନ୍ତି । ବୁଧବାର ସନ୍ଧ୍ୟା ୬ଟାରେ ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ସାଢେ ଚାରି କୋଟି ଭାଇଭଉଣୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବର୍ତ୍ତମାନ ସାରା ବିଶ୍ବ ମହାମାରୀ କୋରୋନା କବଳରେ କବଳିତ । ଆଉ ଏହି ମହାମାରୀର ଚେନ ରୋକିବାକୁ ଏହା ବିପକ୍ଷରେ ପ୍ରତିଦିନ ଜାରି ରହିଛି ଲଢେଇ । ଆଉ ଏହି ଅଦୃଶ୍ୟ ଶକ୍ତି ବିପକ୍ଷ ଲଢ଼େଇରେ ସାମିଲ ହେବାକୁ ଅନେକ ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ସାଜିଛନ୍ତି କୋରୋନା ଯୋଦ୍ଧା ।
ଗତ ୫ ମାସ ଧରି ଜାରି ରହିଥିବା ଏହି ସଂଗ୍ରାମରେ ରାଜ୍ୟରେ ଅନେକ ସଂକ୍ରମିତ ଚିହ୍ନଟ ହେବା ସହ ଅନେକ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହି କ୍ରମରେ ଓଡିଶାରେ ସୁସ୍ଥ ହାର 25 ହଜାର ଛୁଇଁବା ଦିଗରେ ଆଗେଇ ଚାଲିଛି । ଯାହା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଜୀବନ ରକ୍ଷା ହୋଇପାରିଛି । ସେହିପରି ରାଜ୍ୟରେ ମୃତ୍ୟୁହାର ୦.୫୭ ପ୍ରତିଶତ ଅଟେ, ଆଉ ଏହି ହାର ସାରା ଦେଶରେ ସବୁଠାରୁ କମ୍ ହାର । ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ମିଶନ । ଆଉ ଏହି ମିଶନ ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ଅହର୍ନିଶି ସେବା ଯୋଗୁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ମାନବ ଜାତି ପାଇଁ କୋଭିଡ ଯୋଦ୍ଧାଙ୍କ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ଗୋଟିଏ ମିନିଟର ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କରିଛନ୍ତି । ବୁଧବାର ସନ୍ଧ୍ୟା ୬ଟାରେ ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ସାଢେ ଚାରି କୋଟି ଭାଇଭଉଣୀ ମାନଙ୍କୁ ଅନୁରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଟିଭି ଓ ସୋସିଆଲ ମିଡିଆ ମାଧ୍ୟମରେ ନବୀନ ଖୋଦ ରାଜ୍ୟବାସୀଙ୍କୁ ଏହି ଶପଥ ପାଠ କରାଇବେ ବୋଲି ସୂଚନା ରହିଛି ।
ତେବେ ଏହି ନୀରବ ପ୍ରାର୍ଥନା ସଭାରେ ଆମେ ସମସ୍ତଙ୍କୁ ଏକ ଶପଥ ନେବାକୁ ଆହ୍ବାନ କରିଛନ୍ତି । ଏଥିସହ କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡାକଡି ପାଳନ ସମ୍ପର୍କରେ ଏହା ଆମକୁ ଦାୟିତ୍ବବାନ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେବା, ଆମର କୋଭିଡ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଆମର ଦାୟିତ୍ବ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ