ଭୁବନେଶ୍ବର: ସୁଷମା ସ୍ବରାଜଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏ ନେଇ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
‘ସୁଷମା ସ୍ବରାଜଙ୍କ ଆକସ୍ମିକ ନିଧନରେ ଗଭୀର ଦୁଃଖ ପ୍ରକାଶ କରୁଛି । ସୁଷମା ଜଣେ ଅଭିଜ୍ଞ ଓ ବିଦ୍ବାନ ରାଜନେତା ଥିଲେ । ସାଧାରଣ ଲୋକଙ୍କର ଅସୁବିଧାରେ ସାହାଯ୍ୟ କରିବା ପାଇଁ ସେ ବେଶ ପରିଚିତି ହାସଲ କରିଥିଲେ । ତାଙ୍କର ବିୟୋଗ ଭାରତୀୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମୁଁ ତାଙ୍କ ପରିବାର ପ୍ରତି ହାର୍ଦ୍ଦିକ ସମବେଦନା ଜଣାଉଛି’ । ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।