ETV Bharat / city

ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ‘ସ୍ବଚ୍ଛ ପରିବେଶ, ସୁସ୍ଥ ସ୍ବାସ୍ଥ୍ୟ’

ପ୍ଲାଷ୍ଟିକ ବର୍ଜନ କରନ୍ତୁ, ସଫା ସୁତରା ରୁହନ୍ତୁ । କାରଣ ସ୍ବଚ୍ଛ ପରିବେଶ ହିଁ ସୁସ୍ଥ ଶରୀରର ମୂଳ ମନ୍ତ୍ର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ବିଟର ପେଜରେ ଏକ ଭିଡିଓ ସେୟାର କରିଛନ୍ତି।

ଫଟୋ-@Naveen_Odisha
author img

By

Published : Oct 2, 2019, 3:10 PM IST

ଭୁବନେଶ୍ବର: ସମଗ୍ର ଦେଶ ଆଜି ପାଳୁଛି ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣ୍ଟିଛନ୍ତି ସ୍ବଚ୍ଛତାର ବାର୍ତ୍ତା । ପ୍ଲାଷ୍ଟିକ ବର୍ଜନ କରି ପରିବେଶକୁ ସ୍ବଚ୍ଛ ଓ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାକୁ ଆହ୍ବାନ ଦେଇଛନ୍ତି ସେ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତା ବାର୍ତ୍ତା

ଟ୍ବିଟରରେ ଏହି ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଯେ, ‘ଗାନ୍ଧିଜୀ ସମଗ୍ର ମାନବ ଜାତି ପାଇଁ ଆଦର୍ଶ। ତାଙ୍କ ବିଚାରଧାରା ଆଜି ମଧ୍ୟ ଅନେକ ମହତ୍ତ୍ବ ରଖିଛି। ସେହି ବିଚାରଧାରାକୁ ପାଥେୟ କରି ଆସନ୍ତୁ, ଏକ ସ୍ବଚ୍ଛ ଓ ପ୍ଲାଷ୍ଟିକମୁକ୍ତ ସମାଜ ଗଠନ କରିବା।’

od_gandhi jayanti
ଫଟୋ: ଟ୍ୱିଟର @Naveen_Odisha

ଗାନ୍ଧିଜୀ ସବୁବେଳେ ସ୍ବଚ୍ଛତାକୁ ଗୁରୁତ୍ବ ଦେଉଥିଲେ । କାରଣ ଶାନ୍ତି ଓ ଉନ୍ନତି ଲାଗି ଏହା ସବୁଠୁ ମହତ୍ବପୂର୍ଣ୍ଣ ଦିଗ । ତେଣୁ ଆଜିର ଦିନରେ ସମସ୍ତେ ପରିବେଶକୁ ସ୍ବଚ୍ଛ ଓ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ପ୍ଲାଷ୍ଟିକ ବର୍ଜନ ନେଇ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

hfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.