ETV Bharat / city

ନାମାଙ୍କନ ଦାଖଲ କଲେ ନବୀନ; 26ରେ ଘୋଷଣା, ନୂଆ ପଦକୁ ମିଳିବ ମଞ୍ଜୁରୀ

author img

By

Published : Feb 23, 2020, 3:14 PM IST

ବିଜୁ ଜନତା ଦଳର ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦଳୀୟ ମୁଖ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ଦଳ ଗଠନ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନବୀନ ସଭାପତି ପଦରେ ରହିଆସିଛନ୍ତି । ତେବେ ସଭାପତି ପଦ ବ୍ୟତୀତ ଆଉ କେଉଁ କେଉଁ ପଦ ପାଇଁ ହେବ ନିର୍ବାଚନ ପଢନ୍ତୁ ସଂପୂ୍ର୍ଣ୍ଣ ଖବର...

Naveen patnaik File nomination
Naveen patnaik File nomination

ଭୁବନେଶ୍ବର: ବିଜୁ ଜନତା ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଦଳର ସଭାପତି ପାଇଁ ଲଗାତାର ଅଷ୍ଟମଥର ପାଇଁ ରବିବାର ନାମାଙ୍କନ ଦାଖଲ କରିଛନ୍ତି । ଏହାସହ ଦଳର ଅନ୍ୟ ପଦପଦବୀ ପାଇଁ ମଧ୍ଯ ୮୦ ଜଣ ନେତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୋମବାର ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ମଙ୍ଗଳବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପରେ ୨୬ ତାରିଖ ଦିନ ଦଳର ରାଜ୍ୟ କାର୍ଯ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ସେହିଦିନ ଦଳର ସଭାପତି ଭାବେ ନବୀନ ପଟ୍ଟନାୟକଙ୍କୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ।

ନାମାଙ୍କନ ଦାଖଲ କଲେ ନବୀନ; 26ରେ ଘୋଷଣା, ନୂଆ ପଦକୁ ମିଳିବ ମଞ୍ଜୁରି

ଦଳୀୟ ସମ୍ବିଧାନ ଅନୁସାରେ ୬ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ ଜଣେ କୋଷାଧ୍ୟକ୍ଷ ନିର୍ବାଚିତ ହେବେ । ଏତତ ବ୍ୟତୀତ ନୂତନ କରି ଦଳରେ ସୃଷ୍ଟି ହୋଇଥିବା ସାଧାରଣ ସମ୍ପାଦକ ସଂଗଠନ ଓ ସାଧାରଣ ସମ୍ପାଦକ ମୁଖ୍ୟାଳୟ ପଦବୀକୁ ମଧ୍ୟ ସେହି ଦିନ ରାଜ୍ୟ କାର୍ଯ୍ୟକାରିଣୀ ମଞ୍ଜୁର ଦେବେ ।

ଗତବର୍ଷ ଡିସେମ୍ବର ୨୭ ରୁ ଆରମ୍ଭ ହୋଇଥିବା ଦଳର ସାଂଗଠନିକ ନିର୍ବାଚନ ଏବେ ପଞ୍ଚମ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହା ଆସନ୍ତା 26ରେ ଶେଷ ହେବ । ଚଳିତ ମାସ ୨୦ ତାରିଖରେ ଦଳର ପ୍ରାଥମିକ, ସଭ୍ୟ ବ୍ଲକ, ଜିଲ୍ଲା ସଭାପତି ଓ ବିଭିନ୍ନ କମିଟି ସଦସ୍ୟ ନିର୍ବାଚନ ଶେଷ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଦଳର ୨୭୨ ଜଣିଆ କାର୍ଯ୍ୟ ପରିଷଦ ସଦସ୍ୟ ଚୟନ ମଧ୍ୟ ଶେଷ ହୋଇଛି । ଆଜି ସଭାପତି ପଦ ପାଇଁ ଦଳ ସୁପ୍ରିମୋଙ୍କ ନାମାଙ୍କନ ଦାଖଲ ଥିବାରୁ ଦଳୀୟ ମୁଖ୍ୟାଳୟରେ ଦଳର ସମସ୍ତ ନେତା, କର୍ମୀ ବିଧାୟକ, ସାଂସଦ ଉପସ୍ଥିତ ଥିଲେ । ସୂଚନା ଯୋଗ୍ଯଯେ ପ୍ରତି 3 ବର୍ଷରେ ଥରେ ବିଜେଡିର ସାଂଗଠନିକ ନିର୍ବାଚନ ହୋଇଥାଏ ।

1997 ମସିହାରେ ଗଠନ ହୋଇଥିବା ବିଜେଡିକୁ ପୂରୁଛି 23 ବର୍ଷ । ଦଳ ପ୍ରତିଷ୍ଠା ଦିନ ଠାରୁ ଲଗାତାର 7 ଥର ସଭାପତି ଦାୟିତ୍ବ ତୁଳାଇଛନ୍ତି ନବୀନ । 26ରେ ନିର୍ବାଚିତ ହେବାପରେ ବିଜେଡିର ଅଷ୍ଟମ ସଭାପତି ହେବେ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.