ଭୁବନେଶ୍ବର: ଅଙ୍ଗଦାନ କରିଥିବା ସୁରଜ ସେଠୀଙ୍କ ପରିବାରବର୍ଗଙ୍କୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପୁଅର ତ୍ୟାଗ ପାଇଁ ସୂରଜଙ୍କ ଘରଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ଜମି, ଘର ଓ 5ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅଙ୍ଗଦାତା ସୁରଜଙ୍କ ନାଁରେ ଅଙ୍ଗଦାନ କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ଏକ ବାର୍ଷିକ ସମ୍ମାନ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗତ ଅକ୍ଟୋବର ୨୯ ତାରିଖରେ ସୂରଜ ସେଠୀ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ମୃତ୍ୟୁପରେ ପରିବାର ପକ୍ଷରୁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ଦାନ କରାଯାଇଥିଲା । ଯେଉଁଥିପାଇଁ ୬ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚି ପାରିଥିଲା । ମୃତକ ସୁରଜଙ୍କ ଘର ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଅଧିନସ୍ଥ ଲାଲସିଂ ଅଞ୍ଚଳରେ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ