ETV Bharat / city

ନବୀନ ରାଜ୍ୟବାସୀଙ୍କ ନାଡି ଚିପି ଜାଣିଛନ୍ତି କହିଲେ ନିରଞ୍ଜନ

author img

By

Published : Dec 21, 2021, 10:08 PM IST

ପଞ୍ଚାୟତ ନିର୍ବାଚନ ନେଇ ଅଣ୍ଟା ଭିଡ଼ିଛ କଂଗ୍ରେସ । ତୃଣମୂଳ ସ୍ତରରୁ ସାଙ୍ଗଠନିକ ବ୍ୟବସ୍ତାକୁ ସୁଦୃଢ଼ କରି ଜନସାଧାରଣଙ୍କ ପାଖକୁ ଯିବ କଂଗ୍ରେସ । ଅଧିକ ପଢ଼ନ୍ତୁ

ନବୀନ ରାଜ୍ୟବାସୀଙ୍କ ନାଡ଼ି ଚିପି ଜାଣିଛନ୍ତି କହିଲେ ନିରଞ୍ଜନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଅଣ୍ଟା ଭିଡ଼ିଛ କଂଗ୍ରେସ । ତୃଣମୂଳସ୍ତରରୁ ସାଙ୍ଗଠନିକ ବ୍ୟବସ୍ତାକୁ ସୁଦୃଢ଼ କରି ଜନସାଧାରଣଙ୍କ ପାଖକୁ ଯିବ କଂଗ୍ରେସ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା କୁ ଅସ୍ତ୍ର କରି ସାଧାରଣ ଲୋକଙ୍କୁ ବୁଝାଇବ କଂଗ୍ରେସ ।

ସେପଟେ ନିର୍ବାଚନ ପୂର୍ବରୁ ନବୀନ ରାଜ୍ୟବାସୀଙ୍କ ପାଇଁ ଯୋଜନା ଓ ସହୟତା ଘୋଷଣା କରି ଚାଲିଛନ୍ତି । ଏହାକୁ ନେଇ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, "ନବୀନ ଓଡ଼ିଶାର ଲୋକଙ୍କ ନାଡ଼ି ଚିପି ଜାଣି ସାରିଛନ୍ତି । ଲୋକଙ୍କୁ କେମିତି ହାତରେ ରଖାଯାଏ ତାହା ସେ ଜାଣିଛନ୍ତି ।"

ଅହେତୁକ ଦରଦାମ ବୃଦ୍ଧି, ବାତ୍ୟା ଜୱାଦ ପରେ ଚାଷୀ ହତାଶ ହୋଇ ପଡ଼ିଛନ୍ତି । ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ମହିଳା ସୁରକ୍ଷାରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଣ୍ଡି ସମସ୍ୟା ନେଇ ଲୋକଙ୍କ ପାଖକୁ କଂଗ୍ରେସ ଯିବ । ରାଜ୍ୟରେ ସରକାର ଯେଉଁଭଳି ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରି ଆଗକୁ ଯାଉଛନ୍ତି ତାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଲୋକେ ଯଦି ଚାହିଁବେ ଓ କଂଗ୍ରେସ ଉପରେ ଭରସା କରିବେ ତେବେ କଂଗ୍ରେସ ଆଗକୁ ବଢ଼ିପାରିବ ବୋଲି କହିଛନ୍ତି ନିରଞ୍ଜନ । ଆଗକୁ ନିର୍ବାଚନ ଆସୁଥିବାରୁ ଶାସକ ଦଳ ସହ ବିରୋଧୀ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.