ETV Bharat / city

ଭୋଟ ବ୍ୟାଙ୍କ ନୁହେଁ, ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି ନବୀନ: ପ୍ରମିଳା - ବିରୋଧୀଙ୍କ ଜବାବ ଦେଲେ ଦେବୀ ମିଶ୍ର

ରାଜ୍ୟରେ ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ କରିଛି ବିଜେଡି । ଏନେଇ ବିରୋଧୀ ବିଜେଡିକୁ ଟାର୍ଗେଟ କରିଛନ୍ତି । ବିରୋଧୀଙ୍କ ଟାର୍ଗେଟର ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢ଼ନ୍ତୁ

ଭୋଟ ବ୍ୟାଙ୍କ ନୁହେଁ, ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି ନବୀନ: ପ୍ରମିଳା

author img

By

Published : Mar 14, 2022, 10:25 PM IST

ଭୁବନେଶ୍ବର: ରାଜ୍ୟରେ ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ କରିଛି ବିଜେଡି । ଏନେଇ ବିରୋଧୀ ବିଜେଡିକୁ ଟାର୍ଗେଟ କରିଛନ୍ତି । ଦଳର ଭୋଟ ବ୍ୟାଙ୍କ ବଢାଇବା ପାଇଁ ବିଜେଡିର ଏହା ଚାଲ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବିରୋଧୀଙ୍କ ଟାର୍ଗେଟର ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ ।

ଭୋଟ ବ୍ୟାଙ୍କ ନୁହେଁ, ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି ନବୀନ: ପ୍ରମିଳା

ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, "ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି । ୭୦ ଭାଗ ମହିଳାଙ୍କୁ ଅଧ୍ୟକ୍ଷ କରିଛନ୍ତି । ଏହାସହ ମହିଳାଙ୍କୁ ରାଜନୀତିରେ ଆଗକୁ ନେବାକୁ ପ୍ରୟାସ କରାଯାଇଛି । ଆଗକୁ ଏନଏଏସି ଓ ମ୍ୟୁନିସିପାଲିଟିରେ ବି ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ । ନବୀନ ପଟ୍ଟନାୟକଙ୍କ ସରକାରରେ ସବୁବର୍ଗ ଲୋକଙ୍କ ପାଇଁ ଯୋଜନା କରାଯାଇଛି । ସେଥିପାଇଁ ଲୋକ ବିଜେଡିକୁ ଭୋଟ ଦେଇଛନ୍ତି ।"

ଭୋଟ ବ୍ୟାଙ୍କ ପ୍ରତିଷ୍ଠା କରିବା ବିଜେଡିର ଲକ୍ଷ୍ୟ ନୁହେଁ । ସାଧାରଣ ନିର୍ବାଚନ ପୂର୍ବରୁ ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ । ସେହିପରି ମହିଳାଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଥିବା କହିଛନ୍ତି ବରିଷ୍ଠ ବିଧାୟକ ଦେବୀ ମିଶ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.