ETV Bharat / city

ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ

ବୁଧବାର ଏକ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଲୋକପ୍ରୟତା ତାଲିକାରେ ଶୀର୍ଷରେ ରହିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ
ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ
author img

By

Published : Jan 15, 2021, 8:15 PM IST

ଭୁବନେଶ୍ବର: କୃଷି କ୍ଷେତ୍ରରେ ହେଉ ପ୍ରାକୃତିକ ବିପର୍ଯ୍ୟୟରେ ସର୍ବଶ୍ରେଷ୍ଠ ପ୍ରଶାସକ ଭାବରେ ସାରା ଦେଶରେ ଚର୍ଚ୍ଚାରେ ରହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡ ସଫଳତା । ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବରେ ପୁନର୍ବାର ନିଜର ଟ୍ରେଣ୍ଡ ବଜାୟ ରଖିଛନ୍ତି ନବୀନ । ବୁଧବାର ଏକ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ଦେଶର ଲୋକପ୍ରୟତା ତାଲିକାରେ ଶୀର୍ଷରେ ରହିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି। ସେହିପରି ଦ୍ଵିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରହିଥିବା ବେଳେ ତୃତୀୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ।

ବିରୋଧୀଙ୍କ ବାରମ୍ବାର ଟାର୍ଗେଟ ପରେ ମଧ୍ୟ ମଳିନ ପଡିନାହିଁ ନବୀନଙ୍କ ଛବି । ରାଜ୍ୟବାସୀ ସବୁ ସମୟରେ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରିଆସୁଥିବା ବେଳେ ଦେଶରେ ମଧ୍ୟ ଅନେକ ପ୍ରଶଂସା ସାଉଁଟୁଛନ୍ତି ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.