ଭୁବନେଶ୍ବର: ରାଜ୍ୟରେ ଖଣି ଓ ଖଣିଜ ପରିଚାଳନା ନେଇ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷକରି ଶିଳ୍ପ ସଂସ୍ଥାକୁ ଖଣି ଯୋଗାଣ, ନିଯୁକ୍ତି, କଞ୍ଚାମାଲ ଯୋଗାଣ କ୍ଷେତ୍ରରେ ଓଡିଶା ସାମ୍ନା କରୁଥିବା ସମସ୍ୟା ଉପରେ ବୈଠକରେ ଆଲୋକପାତ କରିଛନ୍ତି ନବୀନ ।
ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ କେନ୍ଦ୍ର ଖଣି ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି । ଅଫିସ ଖଣି ନିଗମ ଜରିଆରେ ସବୁ ଶିଳ୍ପ ସଂସ୍ଥାକୁ ଖଣି ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି । ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ