ଭୁବନେଶ୍ବର: ଗୁଜୁରାଟ, ମହାରାଷ୍ଟ୍ର ପରେ ଏବେ ତାମିଲନାଡୁରୁ ଓଡିଆ ଫେରିବା ନେଇ ବାଟ ଫିଟିଛି। ଏନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।
ଓଡିଆ ଶ୍ରମିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପାଲନାସ୍ବାମୀଙ୍କୁ ଧନ୍ୟବାଦ ଦେଇଥିଲେ। ଚେନ୍ନାଇର ଗୁରୁ ନାନକ କଲେଜରେ ଏକ ଶିବିର କରାଯାଇ ଓଡିଆ ଶ୍ରମିକଙ୍କୁ ରଖାଯାଇଛି। ସେମାନେ କିପରି ଫେରିବେ ସେନେଇ ସବୁ ପ୍ରକାର ସହଯୋଗ କରିବାକୁ ପାଲନାସ୍ବାମୀ ପ୍ରତିଶ୍ରୁତି ଦେଇଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ