ଭୁବନେଶ୍ବର: ରାଜ୍ୟର ମାତ୍ର 0.42 ପ୍ରତିଶତ ଜମିରେ 2020-2021 ଆର୍ଥିକ ବର୍ଷରେ ଜୈବିକ କୃଷି କାର୍ଯ୍ୟ କରାଯିବା ପାଇଁ ଯୋଜନା କରାଯାଇଛି। 2019-20 ଆର୍ଥିକ ବର୍ଷରେ ରାଜ୍ୟର 18ଟି ଜିଲାରେ 20, 476 ଜଣ ଚାଷୀ 26, 500 ଏକର ଜମିରେ ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟ କରୁଛନ୍ତି।
ବୁଧବାର ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ