ETV Bharat / city

ବାହାରିନରେ ଜାତୀୟ ଯୁବ ଦିବସ ପାଳିତ

author img

By

Published : Jan 13, 2022, 10:27 PM IST

ବାହାରିନର ପୃଷ୍ଠପୋଷକତାରେ ବାହାରିନ-ଭାରତ କଳା ସଂସ୍କୃତି କେନ୍ଦ୍ର 'ବିକାଶ' ଆନୁକୂଲ୍ୟରେ ଓଡିଆ ସମାଜ ବାହାରିନ ସହଯୋଗରେ ଜାତୀୟ ଯୁବ ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଅଧିକ ପଢନ୍ତୁ

ବାହାରିନରେ ଜାତୀୟ ଯୁବ ଦିବସ ପାଳିତ
ବାହାରିନରେ ଜାତୀୟ ଯୁବ ଦିବସ ପାଳିତ

ଭୁବନେଶ୍ବର : ଭାରତୀୟ ଦୂତାବାସ ବାହାରିନର ପୃଷ୍ଠପୋଷକତାରେ ବାହାରିନ-ଭାରତ କଳା ସଂସ୍କୃତି କେନ୍ଦ୍ର 'ବିକାଶ' ଆନୁକୂଲ୍ୟରେ ଓଡିଆ ସମାଜ ବାହାରିନ ସହଯୋଗରେ ଜାତୀୟ ଯୁବ ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ହିନ୍ଦୁ ସ୍ଵଂୟ ସେବକ ୟୁରୋପ ମଧ୍ୟପ୍ରାଚ୍ୟ ଆଫ୍ରିକା ମୁଖ୍ୟ ଡକ୍ଟର ରାମ ବୈଦ୍ୟ ଜୀ, ଭାରତୀୟ ଦୂତାବାସର ଦ୍ୱିତୀୟ ସଚିବ ଇହଜାସ ଅସ୍ଲାମ, ବାହାରିନ ଇଣ୍ଡିଆ କଳା ତଥା ସାଂସ୍କୃତିକ ସମାଜର ଉପାଧ୍ୟକ୍ଷ ତଥା ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା, ବିଶ୍ୱ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡକ୍ଟର ଅରୁଣ କୁମାର ପ୍ରହରାଜ ଅଂଶଗ୍ରହଣ କରିଥିଲେ । ଭାରତୀୟ ସମାଜରେ ବିବେକାନନ୍ଦଙ୍କ ପ୍ରଭାବ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି ।

ବାହାରିନରେ ଜାତୀୟ ଯୁବ ଦିବସ ପାଳିତ

ଭାରତୀୟ ସାଧୁମାନଙ୍କ ମଧ୍ୟର ସ୍ୱାମୀ ବିବେକାନନ୍ଦ ଉଚ୍ଚ ସମ୍ମାନର ଅଧିକାରୀ ଅଟନ୍ତି । ସେ ଯୁବ ଶକ୍ତି ଓ ଯୁବ ଚେତନାର ପ୍ରତୀକ ସ୍ୱରୂପ ଯୁବ ସମାଜର ଆଦର୍ଶ ଅଟନ୍ତି ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ । ସେଥିପାଇଁ ତାଙ୍କର ଜନ୍ମଦିନକୁ ଭାରତ ସରକାର ଜାତୀୟ ଯୁବ ଦିବସ ଭାବେ ପାଳନ କରି ଯଥାର୍ଥତା ପ୍ରତିପାଦିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦୂତାବାସର ଅଧିକାରୀ, ବିକାସର ସଦସ୍ୟ, ସମସ୍ତ ଭାରତୀୟ ସଙ୍ଗଠନର ପ୍ରତିନିଧି ବହାରିନ, ଭାରତ, ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶରୁ ଶତାଧିକ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ। ଡକ୍ଟର ରାମ ବୈଦ୍ୟ କହିଛନ୍ତି ଯେ, ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ରାଷ୍ଟ୍ର ନିର୍ମାଣ ଏକ ପାର୍ଟ ଟାଇମ ଡ୍ୟୁଟି ନୁହେଁ । ବରଂ ଏକ ଜୀବନବ୍ୟାପୀ ସାଧନା ଭାବରେ ସମସ୍ତ ଭାରତୀୟମାନଙ୍କୁ ଗ୍ରହଣ କରିବାକୁ ହେବ ।

ବିବେକାନନ୍ଦ ଜୟନ୍ତୀ କେବଳ ଗୋଟିଏ ଦିନ ପାଳନ କରିବା ଯଥେଷ୍ଟ ନୁହେଁ । ଆମ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନକୁ ସକାରାତ୍ମକ ତଥା ଅଭିନବ ପ୍ରୟୋଗ କରିବା ଆବଶ୍ୟକ । ଡକ୍ଟର ପ୍ରହରାଜ ଧନ୍ୟବାଦ ଅର୍ପଣ କରି କହିଛନ୍ତି ଯେ, ଆମ ସାଂସ୍କୃତିକ ଐତିହ୍ୟ ତଥା ମୂଲ୍ୟବୋଧକୁ ବିଦେଶୀ ମାଟିରେ ବଞ୍ଚାଇ ରଖିବାରେ ଭାରତୀୟ ଦୂତାବାସର ଭୂମିକା ପ୍ରଶଂସନୀୟ। ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ନେଇ ସମଗ୍ର ବିଶ୍ୱରେ ଡ.ବୈଦ୍ୟ ଯେଉଁ ଅଭିଯାନ କରୁଛନ୍ତି । ସେଥିପାଇଁ ସେ ଗଭୀର ପ୍ରଶଂସା କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷାର ସବୁଠାରୁ ସୁନ୍ଦର ଦିଗ ହେଉଛି । ଏହା ଆମକୁ ସର୍ବଭାରତୀୟ ଗ୍ରହଣୀୟତା ଏବଂ ସହନଶୀଳତା ପାଇଁ ଶିକ୍ଷା ଦିଏ । ସମସ୍ତ ଧର୍ମକୁ ସତ୍ୟ ବୋଲି ଗ୍ରହଣ କରେ । ଏହା ଆମର ସକାରାତ୍ମକ ତଥା ଅଭିନବ ଚିନ୍ତାଧାରା ସହିତ ଆମ ମାତୃଭୂମି ଭାରତର ସାମଗ୍ରିକ ବିକାଶ ପାଇଁ ଯୁବକମାନଙ୍କୁ ଶକ୍ତି ପ୍ରଦାନ କରେ । ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଉପରେ ଏକ ସୁନ୍ଦର ନୃତ୍ୟ ନାଟକ ଉପସ୍ଥାପିତ ହୋଇଥିଲା । ଶାନ୍ତି ପାଠ ସହିତ ଭର୍ଚୁଆଲ ଉତ୍ସବକୁ ବହୁତ କରତାଳି ଦେଇ ସମାପ୍ତ କରାଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.