ETV Bharat / city

ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ - National Press Day celebration in many parts of odisha

ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ ଆୟୋଜିତ ହୋଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Nov 16, 2019, 2:48 PM IST

Updated : Nov 16, 2019, 6:49 PM IST

ଭୁବନେଶ୍ବର: ଆଜି ପାଳିତ ହୋଇଛି ଜାତୀୟ ପ୍ରେସ ଦିବସ । 1966 ମସିହା ନଭେମ୍ବର 16 ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପ୍ରତିଷ୍ଠା ଦିବସକୁ ସାରା ଦେଶରେ ପ୍ରେସ ଦିବସ ଭାବେ ପାଳନ କରାଯାଏ । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଜାତୀୟ ପ୍ରେସ ଦିବସ ରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ସୂଚନା ଭବନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହାକୁ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦଘାଟନ କରିବା ସହ ସମାଜ ପାଇଁ ସାମ୍ବାଦିକ ଓ ସମ୍ବାଦପତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଉଲ୍ଲେଖ କରିଛନ୍ତି। ସାମ୍ବାଦିକ କିପରି ସମାଜର ହିତ ପାଇଁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତାଙ୍କ କାର୍ଯ୍ୟ ଜାରି ରଖିଥାନ୍ତି ଓ ସେମାନଙ୍କର ଉନ୍ନତି ପାଇଁ ସରକାର ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରୁଥିବା ମନ୍ତ୍ରୀ ଦାସ କହିଛନ୍ତି। ସେହିପରି ବିଭାଗୀୟ ଶାସନ ସଚିବ ଏସକେ ସିଂ ସରକାରଙ୍କ 5 ‘ଟି’ ଅନ୍ତର୍ଗତ ସମ୍ବାଦ ଓ ସାମ୍ବାଦିକଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି । ବିଗତ ଦିନର ସମ୍ବାଦପତ୍ରକୁ ପରବର୍ତ୍ତୀ ପୀଢ଼ିଙ୍କ ନିକଟରେ ସହଜରେ ଉପଲବ୍ଧ କରାଇବା ପାଇଁ ଏହାର ଡିଜିଟାଇଜେସନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଆଗାମୀ ବର୍ଷରେ ଏହି ପ୍ରଦର୍ଶନୀକୁ କିପରି ଆହୁରି ବଡ଼ ଭାବେ କରାଯାଇ ପାରିବ ସେ ନେଇ ଦୃଷ୍ଟି ଦିଆଯାଇଥିବା ମଧ୍ୟ କହିଛନ୍ତି ସଚିବ । ଏହି ପ୍ରଦର୍ଶନୀରେ ବର୍ତ୍ତମାନ ତଥା ବହୁବର୍ଷ ପୂର୍ବରୁ ପ୍ରଚଳିତ 200ରୁ ଊର୍ଦ୍ଧ୍ବ ଦୈନିକ, ମାସିକ, ସାପ୍ତାହିକ ଓ ବାର୍ଷିକ ସମ୍ବାଦପତ୍ର ପ୍ରଦର୍ଶନ କରାଯାଇଛି ।

ଅନୁଗୋଳ: ଜିଲ୍ଲା ପ୍ରଶାସନ ଓ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଏହି ଅବସରରେ "ସମ୍ବାଦ ପରିବେଷଣ ବିଶ୍ଳେଷଣର ଯାତ୍ରା " ସମ୍ପର୍କରେ ଏଠାରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ସେହିଭଳି ସ୍ଥାନୀୟ କଳାକେନ୍ଦ୍ର ଠାରେ ମଧ୍ୟ ପ୍ରେସ ଦିବସ ପାଳିତ ହୋଇଛି ।

ଯାଜପୁର: ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଳିଙ୍ଗନଗର ଟାଟା ଷ୍ଟିଲ କର୍ପୋରେଟ ହେଡ ଆର.ଆର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏକ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ । ଏଥିରେ ବ୍ୟାସନଗର ପ୍ରେସ ଫୋରମର ସମସ୍ତ କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।

ରାଇରଙ୍ଗପୁର: ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗ ଦେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅଞ୍ଚଳର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ଅବସରରେ ରାଇରଙ୍ଗପୁର ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀ ଉପସ୍ଥିତ ଥିଲେ ।

ମାଲକାନଗିରି: ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଏହି ଅବସରରେ ସଂଘ ତରଫରୁ ଆତ୍ମ ସମର୍ପଣକାରୀ ମାଓ ସମର୍ଥକ ଓ ସହରର ବୁଦ୍ଧିଜୀବୀଙ୍କୁ ନେଇ ସ୍ବଚ୍ଛ ଭାରତ ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଡ଼. ଗୁଣନିଧି ନାୟକ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମ ପ୍ରସାଦ ନାଗ ସାମିଲ ହୋଇଥିଲେ ।

ନବରଙ୍ଗପୁର: ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଠାରେ ଜିଲ୍ଲା ମିଡ଼ିଆ ଉନ୍ନୟନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଓୟୁଜେ ଶାଖା ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତିନ କୁସଲକର ବିଶିଷ୍ଟ ଅତିଥି ଓ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଦିବସରେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଓ ଖବରକାଗଜ ବିକ୍ରେତା ମାନଙ୍କୁ ଓୟୁଜେ ଶାଖା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ଆଜି ହେଉଛି ଜାତୀୟ ପ୍ରେସ ଦିବସ।1966 ମସିହା ନଭେମ୍ବର 16 ତାରିଖ ରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ପ୍ରତିଷ୍ଠା ଦିବସକୁ ଏହି ଦିନ ଭାବେ ସାରା ଦେଶରେ ପାଳିତ ହେଉଅଛି।ଏହି ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ସ୍ଥାନୀୟ ସୂଚନା ଭବନ ପରିସରରେ ଆୟୋଜିତ ହୋଇଅଛି।ଯାହାକୁ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍ଘାଟନ କରିଛନ୍ତି।

Body:ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ସମାଜ ପାଇଁ ସାମ୍ବାଦିକ ଓ ସମ୍ବାଦପତ୍ରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଉଲ୍ଲେଖ କରିଥିଲେ।ସାମ୍ବାଦିକମାନେ କିପରି ସମାଜର ହିତ ପାଇଁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତାଙ୍କ କାର୍ଯ୍ୟ ଜାରି ରଖିଥାନ୍ତି।ସେମାନଙ୍କ ର ଉନ୍ନତି ପାଇଁ ସରକାର ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରୁଥିବା ଶ୍ରୀ ଦାସ କହିଛନ୍ତି।ସେହିପରି ବିଭାଗୀୟ ଶାସନ ସଚିବ ଶ୍ରୀଯୁକ୍ତ ଏସ କେ ସିଂ ସରକାରଙ୍କ 5ଟି ଅନ୍ତର୍ଗତ ସମ୍ବାଦ ଓ ସାମ୍ବାଦିକଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବ କହିଛନ୍ତି।ଏହା ସହିତ ବିଗତ ଦିନର ସମ୍ବାଦପତ୍ର ମାନଙ୍କୁ ପରବର୍ତ୍ତୀ ପିଢ଼ିଙ୍କି ନିକଟରେ ସହଜରେ ଉପଲବ୍ଧ କରାଇବା ପାଇଁ ଏହା ର ଡିଜିଟାଇଜେସନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ସେହିପରି ଆଗାମୀ ବର୍ଷରେ ଏହି ପ୍ରଦର୍ଶନୀକୁ କିପରି ଆହୁରି ବଡ଼ ଭାବେ କରାଯାଇ ପାରିବ ସେ ନେଇ ଦୃଷ୍ଟି ଦିଆଯାଉଥିବା ମଧ୍ୟ କହିଛନ୍ତି।
ସୂଚନାଯୋଗ୍ୟ କି ଆଜିର ଏହି ପ୍ରଦର୍ଶନୀରେ ବହୁ ପୁରାତନ ଠାରୁ ଆରମ୍ଭ କରି ଏବେକାର ପ୍ରଚଳିତ 200 ରୁ ଉର୍ଦ୍ଧ୍ବ ଦୈନିକ,ପାକ୍ଷିକ,ମାସିକ ,ସାପ୍ତାହିକ ଏବଂ ବାର୍ଷିକ ସମ୍ବାଦପତ୍ର ପ୍ରଦର୍ଶିତ ହେଉଅଛି।
ବାଇଟ-ମନ୍ତ୍ରୀ -ରଘୁନନ୍ଦନ ଦାସ,
ବାଇଟ-ଏସ କେ ସିଂ ,ସଚିବ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
Last Updated : Nov 16, 2019, 6:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.