ETV Bharat / city

ଭୁବନେଶ୍ବରରେ ଆରମ୍ଭ ହେଲା ଜାତୀୟସ୍ତୀରୟ ଶିଶିର ସରସ ମେଳା - ଭୁବନେଶ୍ବରରେ ଶିଶିର ସରସ ମେଳା ଉଦଘାଟିତ

ରାଜଧାନୀରେ ଉଦଘାଟିତ ହେଲା ଶିଶିର ସରସ ମେଳା । ଆଜିଠାରୁ ଆରମ୍ଭ ହୋଇ ଜାନୁଆରୀ ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ ।

ଭୁବନେଶ୍ବରରେ ଆରମ୍ଭ ହେଲା ଜାତୀୟସ୍ତୀରୟ ଶିଶିର ସରସ ମେଳା

author img

By

Published : Dec 28, 2021, 10:49 PM IST

ଭୁବନେଶ୍ବର: ରାଜଧାନୀରେ ଉଦଘାଟିତ ହେଲା ଶିଶିର ସରସ ମେଳା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ଆୟୋଜିତ ହୋଇଥିବା ଏହି ଜାତୀୟସ୍ତର ଶିଶିର ସରସ ମେଳା ଆଜି(ଡିସେମ୍ବର ୨୮)ଠାରୁ ଆରମ୍ଭ ହୋଇ ଜାନୁଆରୀ ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଏହି ମେଳା ଉଦଘାଟନ କରିଛନ୍ତି । ଏଥର ଭୁବନେଶ୍ବର ୟୁନିଟ-3 ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ମୋଟ୍ 300ଟି ଷ୍ଟଲ୍‌ ସହ ଏହି ମେଳା ଆରମ୍ଭ ହୋଇଛି ।

ଭୁବନେଶ୍ବରରେ ଆରମ୍ଭ ହେଲା ଜାତୀୟସ୍ତୀରୟ ଶିଶିର ସରସ ମେଳା

ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଏବଂ ବାହାର ୨୦ରୁ ଅଧିକ ରାଜ୍ୟ ଗ୍ରାମୀଣ କାରୀଗରଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ଏହି ମେଳାରେ ୪୦୦ରୁ ଅଧିକ ସ୍ବୟଂ ସହାୟିକା ଗୋଷ୍ଠୀ ବା ଉତ୍ପାଦକ ଗୋଷ୍ଠୀ ଭାଗ ନେଇଛନ୍ତି । ତା ସହିତ ୫୦୦ରୁ ଅଧିକ କାରୀଗର ତଥା ବିକ୍ରେତା ଅଂଶଗ୍ରହଣ କରିଛନ୍ତି । ସେହିପରି ମେଳା ପରିସରରେ ୧୦ ଷ୍ଟଲକୁ ନେଇ ଖୋଲିଛି ଏକ ଫୁଡକୋର୍ଟ୍‌ । ଯେଉଁଥିରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ କଟକର ପ୍ରସିଦ୍ଧ ଦହିବରା ଆଳୁ ଦମ୍, ବାରିପଦାର ମୁଢ଼ିମାଂସ ସହ ଅନ୍ୟ ରାଜ୍ୟର ମଧ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି ହେବ। ମେଳାରେ କୋରାପୁଟ କଫିର ମଜାନେବା ପାଇଁ ସ୍ବତନ୍ତ୍ର କୋରାପୁଟ କାଫେ ଷ୍ଟଲ ମଧ୍ୟ ଖୋଲାଯାଇଛି ।

ସେହିପରି ଆୟୋଜକ ଓର୍‌ମାସ ସହାୟତାରେ ବଜାରକୁ ବିକ୍ରି ପାଇଁ ଯାଉଥିବା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ତଥା ଘରକରଣା ଜିନିଷକୁ ନେଇ ଏକ ଥିମ୍‌ ଷ୍ଟଲ ଖୋଲାଯାଇଛି । ଶିଶିର ସରସରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଆସାମ, ବିହାର, ରାଜସ୍ଥାନ, ଗୋଆ, ଗୁଜରାଟ, ହରିୟାଣା, ଜମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଣିପୁର, ପଞ୍ଜାବ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ନାଗାଲାଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଓ ତାଲିମନାଡୁ କାରିଗରଙ୍କ ଗ୍ରାମୀଣଙ୍କ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ପାଇଁ ଉପଲବ୍ଧ ହେବ ।

ଛତିଶଗଡ଼ର ଟସର, ଆସାମ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ବେତ ଓ ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ପଶ୍ଚିମବଙ୍ଗର ହସ୍ତତନ୍ତ ଜିନିଷ ଓ ଝୋଟ ସାମଗ୍ରୀ, ମଣିପୁରର ଡ୍ରାଏ ଫ୍ଲାଓ୍ବାର, ଗୁଜରାଟ କାରୀଗରଙ୍କ ଘର ସାଜସଜ୍ଜା ଏବଂ ସାଲ୍ ସହ ପଞ୍ଜାବର ଫୁଲକରୀ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ସେହିଭଳି ବିହାରର ମଧୁବନି ପେଣ୍ଟିଂ, ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ସାମଗ୍ରୀ ସହ ଅନ୍ୟ ରାଜ୍ୟଗୁଡ଼ିକର ମଧ୍ୟ ବିଭିନ୍ନ ଆକର୍ଷଣୀୟ ଘରକରଣା ଜିନିଷ ଶିଶିର ସରସରେ ବିକ୍ରି ହେବ । ଏଥର ଶିଶିର ସରସ ମେଳା ଆୟୋଜନରେ ମିଶନ ଶକ୍ତି ବିଭାଗ TDCCOL ଅର୍ବାନ ମିଶନ, ନାବାର୍ଡ, ଟ୍ରାଇଫେଡ, ହସ୍ତକଳା ଓ କୁଟୀର ଶିଳ୍ପ ବିଭାଗ, କେନ୍ଦ୍ର ଓ ରାଜ୍ୟ ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗ ଆଦି ସଂସ୍ଥା ସହଯୋଗ କରୁଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.