ETV Bharat / city

ଜାତୀୟ ଶ୍ରମ ସମ୍ମିଳନୀ: ସବୁ ଜିଲ୍ଲାରେ ଖୋଲିବ ଇଏସଆଇ ହସ୍ପିଟାଲ !

ଭୁବନେଶ୍ବରରେ ଆୟୋଜିତ ହୋଇଛି ପୂର୍ବାଞ୍ଚଳ ରାଜ୍ୟର ଶ୍ରମ ମନ୍ତ୍ରୀ ଓ ସଚିବଙ୍କ ସମ୍ମିଳନୀ | ଏଥିରେ ଶ୍ରମିକଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ସବୁ କଣ ରହିଛି, ଏହାର ଫାଇଦା କିପରି ସେମାନେ ପାଇବେ ? ସେନେଇ ଆଲୋଚନା ହୋଇଛି ।

author img

By

Published : Oct 22, 2019, 3:31 PM IST

Updated : Oct 22, 2019, 6:02 PM IST

ଜାତୀୟ ଶ୍ରମ ସମ୍ମିଳନୀ

ଭୁବନେଶ୍ବର: ଦେଶର ସବୁ ଜିଲ୍ଲାରେ ଖୋଲିବ କର୍ମଚାରୀ ରାଜ୍ୟ ବୀମା ହସ୍ପିଟାଲ(ଇଏସଆଇ) । ପ୍ରତି ୨୦ ହଜାର ଶ୍ରମିକଙ୍କ ପାଇଁ ରହିବ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ। ହେଲେ ଏଥିପାଇଁ କେବଳ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା । ଏଥିସହ ଦରଦାମ ବୃଦ୍ଧିକୁ ନଜରରେ ରଖି ସର୍ବନିମ୍ନ ମଜୁରୀ ନେଇ ମଧ୍ୟ ଚର୍ଚ୍ଚା ହୋଇଛି ମଙ୍ଗଳବାର ଭୁବନେଶ୍ବରରେ ପୂର୍ବଞ୍ଚାଳ ରାଜ୍ୟ ଶ୍ରମ ମନ୍ତ୍ରୀ ଓ ସଚିବଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆଇନ ସମ୍ପର୍କରେ ଆଲୋଚନା ହୋଇଛି । ଏଥିରେ ଓଡିଶା , ବିହାର, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ଶ୍ରମ ମନ୍ତ୍ରୀ ଓ ସଚିବ ମାନେ ଯୋଗ ଦେଇଥିଲେ ।

କେନ୍ଦ୍ର ରାଜ୍ୟର ସମନ୍ଵୟରେ ଶ୍ରମିକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଦ୍ବାରା ଓଡ଼ିଶାରେ ଶ୍ରମ ସମ୍ମିଳନୀ ଆୟୋଜିତ ହେଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଦେଶର ସବୁ ଜିଲ୍ଲାର ରେ ଖୋଲିବ ଇଏସ ଆଇ ହସ୍ପିଟାଲ।

ଦେଶର ସବୁ ଜିଲ୍ଲା ରେ ଖୋଲିବ କର୍ମଚାରୀ ରାଜ୍ୟ ବୀମା ହସ୍ପିଟାଲ। ପ୍ରତି ୨୦ ହଜାର ଶ୍ରମିକଙ୍କ ପାଇଁ ଖୋଲିବ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ। କିନ୍ତୁ ସୁପ୍ରିମକୋର୍ଟଙ୍କ କଟକଣା ପାଇଁ ହୋଇପାରିବନି ଇଏସ ଆଇ ମେଡିକାଲ କଲେଜ। ତେବେ ଭୁବନେଶ୍ୱର ଠାରେ ପୂର୍ବାଂଚଳ ରାଜ୍ୟ ଶ୍ରମ ମନ୍ତ୍ରୀ ଓ ସଚିବଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଈଛି।

Body:
କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗବାର କହିଛନ୍ତି ଯେ କେନ୍ଦ୍ର ରାଜ୍ୟର ସମନ୍ଵୟ ରେ ଶ୍ରମିକଙ୍କ ବିକାଶ ହେବ। ରାଜ୍ୟରେ ଇଏସ ଆଇ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ସବୁ ଜିଲ୍ଲାରେ ଇଏସ ଆଇ ମେଡିକାଲ କଲେଜ କରାଯିବ। ଯେଉଇଁ ଠାରେ ମଯଦୁର ଅଧିକ ସେଠି ଇଏସ ଆଇ ମେଡିକାଲ କରାଯିବ। ପ୍ରତି ୨୦ ହଜାର ଶ୍ରମିକଙ୍କ ପାଇଁ 30 ବେଡ଼ ବିଶିଷ୍ଟ ଇ ଏସ ଆଇ ମେଡିକାଲ କରାଯିବ। ପ୍ରତି ଦୁଇ ବର୍ଷରେ କ୍ଷେତ୍ରିୟ ସମିତିର ବୈଠକ ହୋଇଥାଏ। ଚଳିତ ବର୍ଷ ଭୁବନେଶ୍ୱର ରେ ହୋଇଛି।

ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶାରେ ଆୟୋଜିତ ହେଉଛି ଶ୍ରମ ସମ୍ମିଳନୀ। କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଉପସ୍ଥିତ ରହିଛନ୍ତି। ଏହା ଛଡା ଓଡିଶା , ବିହାର, ଝାଡଖଣ୍ଡ,ଛତିଶଗଡ, ପାଚିମବଙ୍ଗ, ଆଣ୍ଡାମାନ ଓ ନିକବର ଭଳି ପ୍ରଦେଶର ଶ୍ରମ ମନ୍ତ୍ରୀ ଓ ସଚିବ ମାନେ ଉପସ୍ଥିତ ରହିଥିଲେ। କେନ୍ଦ୍ର ସରକାର ଙ୍କର ଶ୍ରମ ଆଇନ ଓ ଶ୍ରମିକମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ବାବଦରେ ଆଲୋଚନା ହୋଇଥିଲା।

Conclusion:
Last Updated : Oct 22, 2019, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.