ETV Bharat / city

ଟୋକିଓରେ ରଖିଲେ ଟେକ, ହକିର ନୂଆ ନାୟକ ‘ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର’ ଅମିତ

author img

By

Published : Aug 5, 2021, 9:04 PM IST

ଜାତୀୟ ପୁରୁଷ ହକି ଦଳ ଅଲମ୍ପିକ ପୋଡିୟମ ଫିନିସ୍ କରିବାରେ ଓଡ଼ିଆ ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର ଅମିତ ରୋହିଦାସ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଛନ୍ତି । ଯାହା ଫଳରେ ପଦକ ବିଜୟୀ ହେବା ଦ୍ବାରଦେଶରେ ପହଞ୍ଚି ପାରିଥିଲା ଭାରତୀୟ ଦଳ । ଅଧିକ ପଢ଼ନ୍ତୁ...

national hockey team defender amit rohidas played a vital role to clinch bronze medal in tokyo olympics
ଜାତୀୟ ହକି ଦଳର କବଚ, ଡିଫେଣ୍ଡର ଅମିତ ରୋହିଦାସ

ଭୁବନେଶ୍ବର: ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ୪ ଦଶନ୍ଧି ପରେ ଅଲମ୍ପିକ ପଦକ ହାସଲ କରିଛି ଜାତୀୟ ପୁରୁଷ ହକି ଦଳ । ଅଲମ୍ପିକ ପୋଡିୟମ ଫିନିସ୍ କରିବାରେ ଓଡ଼ିଆ ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର ଅମିତ ରୋହିଦାସ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ଯାହା ଫଳରେ ପଦକ ବିଜୟୀ ହେବା ଦ୍ବାରଦେଶରେ ପହଞ୍ଚି ପାରିଥିଲା ଭାରତୀୟ ଦଳ ।

ଅଲମ୍ପିକ ପଦକ ବିଜୟ ଯାତ୍ରା ବେଳେ ଅନେକ ବିପକ୍ଷ ଦଳର ପେନାଲ୍ଟି କର୍ଣ୍ଣରକୁ ଭଣ୍ଡୁର କରିଥିଲେ ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର ଅମିତ ରୋହିଦାସ । କାଂସ୍ୟ ପଦକ ପାଇଁ ଜର୍ମାନୀ ଦଳ ଭାରତୀୟ ଡିଫେନ୍ସର ଜବରଦସ୍ତ ପରୀକ୍ଷା ନେଇଥିଲେ । ଯେଉଁ ପରୀକ୍ଷାରେ ପାସ ହୋଇଛି ଭାରତ । କାଂସ୍ୟ ପଦକ ମ୍ୟାଚରେ ଜର୍ମାନୀ ୧-୦ରେ ଆଗୁଆ ରହିଥିଲା । ମ୍ୟାଚର ୧୨ତମ ମିନିଟରେ ଜୋହାନ୍ସ ଗ୍ରୋସେ ଭାରତକୁ ଏକ ଗୋଲ ଦେବାକୁ ପ୍ରୟାସ କରିଥିଲେ । ଏଥିରେ ଅସଫଳ ହେବା ପରେ ପୁନଃ ହୁଟର ବାଜିବା କ୍ଷଣି ଅର୍ଥାତ୍ ୧୫ତମ ମିନିଟରେ ପେନାଲ୍ଟି କର୍ଣ୍ଣର ଲାଭ କରିଥିଲା ଜର୍ମାନୀ । କିନ୍ତୁ ବିପକ୍ଷର ଦଳର ସଟକୁ ବାରମ୍ବାର ବ୍ଲକ କରି ଦେଇଥିଲେ ଅମିତ।

ଟୋକିଓରେ ରଖିଲେ ଟେକ, ହକିର ନୂଆ ନାୟକ ‘ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର’ ଅମିତ
ଟୋକିଓରେ ରଖିଲେ ଟେକ, ହକିର ନୂଆ ନାୟକ ‘ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର’ ଅମିତ

ଜର୍ମାନୀର ହକି ତାରକା ଲୁକାସ ୱେଣ୍ଡିଫେଡରଙ୍କ ସମସ୍ତ ଫ୍ଲିକର ଜବାବ ଦେଇଥିଲେ ଅମିତ । ଭାରତୀୟ ଡିଫେନ୍ସକୁ ଭେଦ କରିବାକୁ ଜର୍ମାନୀକୁ ମଧ୍ୟ କଡ଼ା ପରୀକ୍ଷା ଦେବାକୁ ପଡ଼ିଥିଲା । ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତୀୟ ଦଳ ଆବଶ୍ୟକରୁ ଅଧିକ ପେନାଲ୍ଟି କର୍ଣ୍ଣର ଦେଇ ବିପକ୍ଷ ଦଳକୁ ସୁଯୋଗ ଦେଇଥିଲା । କିନ୍ତୁ ପ୍ରତି ମ୍ୟାଚରେ ଗୋଲକିପର ଶ୍ରୀଜେଶ ପିଆରଙ୍କ ସାମ୍ନାରେ ଅମିତ ରୋହିଦାସଙ୍କୁ କବଚ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲା ବିପକ୍ଷ ଦଳ ।

୧୫୦ରୁ ୧୬୦ କିମି ବେଗରେ ମରା ଯାଇଥିବା ସଟ୍ ଦେହରେ ଖାଇ ମଧ୍ୟ କେବେ କ୍ଲାନ୍ତ ହୋଇନଥିଲେ ଅମିତ । ଏଭଳି କାର୍ଯ୍ୟ ସେ ଥରେ ନୁହେଁ ବାରମ୍ବାର କରି ଦେଖାଇଥିଲେ । ସେମିଫାଇନାଲ ମ୍ୟାଚରେ ଭାରତ ପରାଜିତ ହୋଇଥିଲା ସତ, କିନ୍ତୁ ଗୋଲ ପୋଷ୍ଟ ଆଗରେ ଛିଡ଼ା ହୋଇ ଅମିତ ରୋହିଦାସଙ୍କ ଦେହରେ ୧୫ରୁ ଅଧିକ ଧର ବଲ ବାଜିଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୂର୍ବତନ ଖେଳାଳି ପର୍ଯ୍ୟନ୍ତ ଅମିତଙ୍କ ପ୍ରଶଂସା ନକରି ରହି ପାରୁନାହାନ୍ତି ।

୨୦୦୪ ମସିହାରେ ରାଉରକେଲାର ପାନପୋଷ ସ୍ପୋର୍ଟସ ହଷ୍ଟେଲରୁ ଅମିତଙ୍କ ହକି ଯାତ୍ରା ଆରମ୍ଭ ହୋଇଥିଲା । ଉତ୍ତମ ସ୍ବାସ୍ଥ୍ୟ ଓ ଚାପ ନେବାର ସାମର୍ଥ୍ୟ ଯୋଗୁଁ ଅମିତଙ୍କୁ ପେନାଲ୍ଟି କର୍ଣ୍ଣର ଡିଫେଣ୍ଡିଂ ପୋଜିସନରେ ଖେଳିବାକୁ କହିଥିଲେ କୋଚ୍ । ସେତେବେଳେ ଅମିତ ଜଣେ ଉତ୍ତମ ଡିଫେଣ୍ଡର ହେବେ ବୋଲି ଆଶ୍ବସନା ଦେଇଥିଲେ କୋଚ୍ ଯାହା ଆଜି ସତ ପ୍ରମାଣିତ ହୋଇଛି । ହକି ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ନାମ ଲେଖାଇଛନ୍ତି ଅମିତ ରୋହିଦାସ ।

ବ୍ୟୁରୋ ରିୋପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.