ETV Bharat / city

ଶେଷ ହେଲା ଜାତୀୟ ନାଟ୍ୟ ଉତ୍ସବ ପୂର୍ବରଙ୍ଗ - ଭୁବନେଶ୍ବର ଜାତୀୟ ନାଟ୍ୟ ଉତ୍ସବ ପୂର୍ବରଙ୍ଗ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଇ ଏଜେଡସିସି କୋଲକତାର ମିଳିତ ସହଯୋଗ ରେ 9ମ ବର୍ଷ ପାଇଁ ଆୟୋଜିତ ହେଉଥିବା ଜାତୀୟ ନାଟ୍ୟ ଉତ୍ସବ 'ପୂର୍ବରଙ୍ଗ'ଆଜି ଉଦଯାପିତ ହୋଇଛି। ଅଧିକ ପଢନ୍ତୁ...

national drama fest conclude in bbsr
ଶେଷ ହେଲା ଜାତୀୟ ନାଟ୍ୟ ଉତ୍ସବ ପୂର୍ବରଙ୍ଗ
author img

By

Published : Mar 5, 2021, 11:02 PM IST

ଭୁବନେଶ୍ବର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଇ ଏଜେଡସିସି କୋଲକତାର ମିଳିତ ସହଯୋଗ ରେ 9ମ ବର୍ଷ ପାଇଁ ଆୟୋଜିତ ହେଉଥିବା ଜାତୀୟ ନାଟ୍ୟ ଉତ୍ସବ 'ପୂର୍ବରଙ୍ଗ'ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସନ୍ଧ୍ୟାରେ ଦିଲ୍ଲୀର ୟୁନିକର୍ଣ ଆକ୍ଟର୍ସ ଷ୍ଟୁଡିଓ ଦ୍ୱାରା ହିନ୍ଦୀ ନାଟକ ସୂର୍ଯ୍ୟଙ୍କ ସପ୍ତମ ଘୋଡା ମଞ୍ଚସ୍ତ ହୋଇଛି।

ଶେଷ ହେଲା ଜାତୀୟ ନାଟ୍ୟ ଉତ୍ସବ ପୂର୍ବରଙ୍ଗ

ସୂର୍ଯ୍ୟଦେବତାଙ୍କର ରଥରେ ସାତଟି ଘୋଡ଼ା ଯୋଚା ହୋଇଥିଲା ପରି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଧର୍ମବୀର ଭାରତୀଙ୍କର ଏହି ନାଟକର କାହାଣୀ ସାତଟି ସାମାଜିକ ଗର ସମାରୋହ ଅଟେ । ଧର୍ମବୀର ଭାରତୀ ଏହି କାହାଣୀ ମାଧ୍ୟମରେ ଭାରତୀୟ ସମାଜରେ ପ୍ରଚଳିତ ଜାତିଗତ ଭେଦଭାବ, ଯୌତୁକପ୍ରଥା, ସାମାଜିକ ଚାଲିଚଳଣ ଓ ସ୍ତ୍ରୀ ଜାତି ପ୍ରତି ହେଉଥିବା ଉପେକ୍ଷାପୂର୍ଣ୍ଣ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ସମାଜର ବଡ଼ପଣ୍ଡାମାନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଗାଁରେ ରହୁଥିବା ମାଣିକମୁଲ୍ଲା ଭଲ ଗପ କହି ପାରନ୍ତି ବୋଲି ପ୍ରତିଦିନ ଖରାବେଳେ ଚାରି ଜଣ ସାଙ୍ଗ ଏକାଠି ହୋଇ ତାଙ୍କ ପାଖରୁ ଗପ ଶୁଣଛି । ଦିନେ ସେହି ସାଙ୍ଗମାନେ ମୁଲ୍ଲାଙ୍କ ପାଖରେ ଦାବିକଲେ ଏକ ପ୍ରେମ ଗଳ୍ପ କହିବା ପାଇଁ । ମୁଲ୍ଲା କହିଲେ ପ୍ରତିଟି ପ୍ରେମ କାହାଣୀର ଦୁଃଖଦ ଅତଃ ହିଁ ଘଟିଥାଏ । କାରଣ ସମାଜରେ ପ୍ରେମୀଯୁଗଳଙ୍କୁ ସଫଳ ଭାବେ ବିବାହ କରିବାରେ ଅନ୍ତରାୟ ସୃଷ୍ଟି କରେ ସମାଜର ବୁଦ୍ଧିଜୀବୀମାନଙ୍କର ଅହଂଭାବ, ସାମାଜିକ ସ୍ଥିତି, ଜାତିଭେଦ ଓ ଆର୍ଥିକ ସ୍ବଚ୍ଛଳତା । ତଥାପି ମୁଲ୍ଲା, ଯମୁନା ନାମ୍ନ ଏକ ଉଚ୍ଚ ଜାତିର କନ୍ୟାର ପ୍ରେମ କାହାଣୀ ସମ୍ପର୍କରେ କହିବାକୁ ଆରମ୍ଭ କରନ୍ତି । କାହାଣୀ ଆଗକୁ ବଢିବା ସଙ୍ଗେସଙ୍ଗେ ଗପ ଶୁଣୁଥିବା ସାଙ୍ଗମାନେ ଏହି ଗପର ପ୍ରତିଟି ଚରିତ୍ରକୁ ଚିହ୍ନିଛନ୍ତି ବୋଲି କୁହନ୍ତି । ମୁ କହିଥିବା ପ୍ରଥମ ଛଅଟି ଗପର ଅନ୍ତ ହୋଇଥାଏ ଦୁଃଖଦ ଯାହା ନିର୍ଦ୍ଦେଶକ ନାଟକ ମଧ୍ୟରେ ଛଅଟି କ୍ଷତବିକ୍ଷତ ଘୋଡ଼ା ମାଧ୍ୟମରେ ପ୍ରତିପାଦନ କରନ୍ତି ।

ଶେଷରେ ସପ୍ତମ ଗପଟି ଯାହା କାଳ୍ପନିକ ଭାବେ ସୂର୍ଯ୍ୟ ଦେବତାଙ୍କର ସପ୍ତମ ଅଶ୍ବକୁ ପ୍ରତିନିଧିତ୍ବ କରୁଥାଏ, ସେ କିନ୍ତୁ ଭାଙ୍ଗି ନପଡ଼ି ଆଗକୁ ମାଡ଼ି ଚାଲିଥାଏ ନୂଆ ଏକ ସକାଳର-ନୂଆ ଆଶା, ନୂଆ ଆତ୍ମବିଶ୍ୱାସକୁ ନେଇ । ଏହି ନାଟକ ଟିର ରଚନା ଧର୍ମବୀର ଭାରତୀ କରିଥିବାବେଳେ ଏହାର ନିର୍ଦେଶନା ଦେଇଛନ୍ତି ହାପି ରଣଜିତ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.