ETV Bharat / city

Padma Shri Shanti Devi Passes Away: ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

author img

By

Published : Jan 17, 2022, 12:28 PM IST

ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ଦେହାନ୍ତ । ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ । ଦୀର୍ଘ ୬୦ ବର୍ଷ ଧରି ସମାଜସେବା କରିଥିବା ଶାନ୍ତିଦେବୀ ଗତକାଲି ୮୮ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଗତ ବର୍ଷ ନଭେମ୍ବର ମାସରେ ତାଙ୍କୁ ପ୍ରଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ ରାଷ୍ଟପତି ।

  • ଶାନ୍ତି ଦେବୀ ଜୀ ଗରିବ ଏବଂ ବଞ୍ଚିତଙ୍କ ସ୍ୱର ଭାବରେ ସ୍ମରଣୀୟ ହୋଇ ରହିବେ । ସେ ଦୁଃଖ ଏବଂ କଷ୍ଟ ଦୂର କରି ସୁସ୍ଥ ଓ ନ୍ୟାୟଯୁକ୍ତ ସମାଜ ଗଠନ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗ ଖବର ଶୁଣି ଦୁଃଖିତ । ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗ ଓ ଅଗଣିତ ପ୍ରଶଂସକଙ୍କୁ ମୋର ସମବେଦନା ଜଣାଉଛି । ଓଁ ଶାନ୍ତି pic.twitter.com/UBFDPDSvtm

    — Narendra Modi (@narendramodi) January 17, 2022 " class="align-text-top noRightClick twitterSection" data=" ">

ତାଙ୍କର ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାନ୍ତି ଦେବୀ ଜୀ ଗରିବ ଏବଂ ଅବହେଳିତଙ୍କ ସ୍ୱର ହୋଇ ସ୍ମରଣୀୟ ହୋଇ ରହିବେ । ସୁସ୍ଥ ସମାଜ ଗଠନ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥିଲେ ଶାନ୍ତି ଦେବୀ । ତାଙ୍କ ବିୟୋଗ ଖବର ପାଇବେ ପାରେ ମୁଁ ଦୁଃଖିତ ବୋଲି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

  • ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସମାଜସେବୀ ଶାନ୍ତି ଦେବୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ଅସହାୟ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ତାଙ୍କ ଜୀବନବ୍ୟାପୀ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ। ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) January 17, 2022 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି । ଏନେଇ ସେ ଟ୍ବିଟ କରିଲେଖିଛନ୍ତି ଯେ ଏହି ଖବର ଶୁଣିବା ପରେ ମୁଁ ଦୁଃଖିତ । ଅସହାୟ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ଶାନ୍ତି ଦେବୀଙ୍କ ଜୀବନବ୍ୟାପୀ ଉଦ୍ୟମ ନିଶ୍ଚୟ ପ୍ରେରଣାଦାୟୀ । ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.