ETV Bharat / city

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା, ଗୃହରେ ଗର୍ଜିଲେ ନରସିଂହ

author img

By

Published : Oct 1, 2020, 11:29 AM IST

ଏନସିଆରବି ରିପୋର୍ଟକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର। ଅସଦାଚରଣରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି ।

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା, ଗୃହରେ ଗର୍ଜିଲେ ନରସିଂହ
ରାଜ୍ୟରେ ବଢୁଛି ନାରୀ ନିର୍ଯାତନା, ଗୃହରେ ଗର୍ଜିଲେ ନରସିଂହ

ଭୁବନେଶ୍ବର: ଗୃହ କାର୍ଯ୍ୟ ଆରମ୍ଭରୁ କୋଭିଡ ସେଣ୍ଟରରେ ମହିଳା ଅସଦାରଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏନସିଆରବି ରିପୋର୍ଟକୁ ନେଇ ଜୋରଦାର ବର୍ଷିବା ସହ ଏହାର ଉତ୍ତର ମାଗିଛନ୍ତି ନରସିଂହ ।

ଅସଦାଚରଣରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସାଇବର କ୍ରାଇମରେ ପ୍ରଥମ ସ୍ଥାନରେ ଅଛି । ରାଜ୍ୟ ପାଇଁ ଏହା ଲଜ୍ଜା ହୋଇଥିବା ବେଳେ ଏପଟେ କିନ୍ତୁ ସରକାର ନିଦରେ ଶୋଇଛନ୍ତି ବୋଲି କହି ଶାସକ ଦଳକୁ ଟାର୍ଗେଟ କରିଛନ୍ତି ନରସିଂହ ।

ଆଉ ଏ ପ୍ରସଙ୍ଗ ଗୃହରେ ପ୍ରଶ୍ନ କଲେ ବି ଉତ୍ତର ମିଳୁନି ବୋଲି କହିଛନ୍ତି ସେ । ସେପଟେ କୋଭିଡ ସେଣ୍ଟରର ଘଟଣାରେ ନରସିଂହ ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.