ETV Bharat / city

ମରୁଡି ସ୍ଥିତି: ସରକାରଙ୍କ ଆଗରେ 6 ଦଫା ଦାବି ରଖିଲେ ନରସିଂହ ମିଶ୍ର

author img

By

Published : Sep 1, 2021, 4:42 PM IST

Updated : Sep 1, 2021, 5:10 PM IST

ମରୁଡ଼ି ନେଇ ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀଙ୍କ ଉତ୍ତର ଅବାନ୍ତର ଏବଂ ଗ୍ରହଣୀୟ ନୁହେଁ ବୋଲି ବିଧାନସଭାରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ। ମିଶ୍ର । ଏହାସହ ସରକାରଙ୍କ ଆଗରେ 6 ଦଫା ଦାବି ରଖିଛନ୍ତି ନରସିଂହ । ଅଧିକ ପଢନ୍ତୁ...

Narasingha  Mishra six-point demand to the government over the drought situation in state
ରାଜ୍ୟରେ ମରୁଡି ନେଇ ସରକାରଙ୍କ ଆଗରେ 6 ଦଫା ଦାବି ରଖିଲେ ନରସିଂହ ମିଶ୍ର

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ମରୁଡ଼ି ନେଇ ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀଙ୍କ ଉତ୍ତର ଅବାନ୍ତର ଏବଂ ଗ୍ରହଣୀୟ ନୁହେଁ ବୋଲି ବିଧାନସଭାରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ। ମିଶ୍ର ।

ମରୁଡି ସ୍ଥିତି: ସରକାରଙ୍କ ଆଗରେ 6 ଦଫା ଦାବି ରଖିଲେ ନରସିଂହ ମିଶ୍ର

ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୭ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସରକାର ଏହା ସ୍ବୀକାର କରନ୍ତୁ ବୋଲି ନରସିଂହ ଗୃହରେ ବିବୃତି ରଖିଛନ୍ତି । ସରକାର ୨୭ଟି ଜିଲ୍ଲାକୁ ମରୁଡ଼ି ପରିସ୍ଥିତି ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ନରସିଂହ । ରାଜ୍ୟର ୩୫ ପ୍ରତିଶତ ଜଳସେଚନ କରିବା ଘୋଷଣା ଗଲା କୁଆଡେ । ଅଧପନ୍ତରିଆ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଉଦଘାଟନ କରୁଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ ୨୧ ବର୍ଷ ହେଲା ସାରିଲାନି । ଚାଷୀଙ୍କୁ ବୀମା ସମୟ ସୀମା ଅବଧି ବୃଦ୍ଧି କରାଯାଉ । ବୀମା କମ୍ପାନୀ ଦ୍ବାରା ଚାଷୀଙ୍କୁ ଉପଯୁକ୍ତ ବୀମା ପ୍ରଦାନ କରାଯାଉ । ମରୁଡି ଘୋଷଣା କରନ୍ତୁ, ଋଣ ଛାଡ଼ କରନ୍ତୁ, କେନ୍ଦ୍ରକୁ ମରୁଡି ବିଷୟରେ ଲେଖନ୍ତୁ, ଚାଷୀଙ୍କ ପାଇଁ ବିହନ ଓ ଔଷଧ ଯୋଗାନ୍ତୁ, ବେରୋଜଗାରୀ ପାଇଁ ରୋଜଗାର ଦିଅନ୍ତୁ, ସମସ୍ତଙ୍କ ପାଇଁ ଜଳ ଯୋଗାଣ ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକଦଳ ନେତା ।

ସେହିପରି ମରାମତି କଣ ପାଇଁ ହେଉନାହିଁ, ଜଳସେଚନର ବ୍ୟବସ୍ଥା ନାହିଁ, ଏ ଗୋଟେ ଅପାରଗ ସରକାର । ମୁଖ୍ୟମନ୍ତ୍ରୀ ଟିକେ ବି ସଚେତନ ନୁହଁନ୍ତି, ପିଇବା ପାଣି ନାହିଁ, ନଈ ଶୁଖିଲା, ଶୌଚ ହେବା ପାଇଁ ପାଣି ମିଳୁନି, ପ୍ରକାଳ୍ପ ଟେଣ୍ଡର ହେଉନାହିଁ । ଏ ସରକାର ପାଣି ବ୍ୟବସ୍ଥା କରିବ ନାହିଁ ମରୁଡ଼ିରେ ପାଣି ବ୍ୟବସ୍ଥା ନାହିଁ ଏବଂ ପର୍ଯ୍ୟାପ୍ତ ଟ୍ୟାଙ୍କର ନାହିଁ,ଜଳଯୋଗାଣ ବ୍ୟବସ୍ଥା ଭୁଶୁଡି ପଡିଛି, ମନ୍ତ୍ରୀ ଉତ୍ତର ଦେଉନାହାନ୍ତି ବୋଲି କହିଛନ୍ତି ନରସିଂହ ।

ଅଚଳ ସରକାର ରାଜ୍ୟରେ ଚାଲିଛି, ଏ ସରକାରରେ ମନ୍ତ୍ରୀଙ୍କ ଅଧିକାର ନଥିଲା ଭଳି ଲାଗୁଛି,8 ଜଣ ମନ୍ତ୍ରୀ , 80 ରୁ ଅଧିକ ବିଧାୟକ ଅସହାୟ ଅନୁଭବ କରୁଛନ୍ତି । ଏ ଗୃହର ଅଧିକାଂଶ ସଦସ୍ୟଙ୍କ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ନାହିଁ । ମନ୍ତ୍ରୀ ମାନେ ଅପାରଗ ବୋଲି ପ୍ରମାଣିତ ହେଉଛି । ସରକାର ଓହରି ଯାଆନ୍ତୁ । କେନ୍ଦ୍ର ସରକାର ଜଳ ସମ୍ପଦ ବିଭାଗ ପ୍ରକଳ୍ପ ପାଇଁ ଅର୍ଥ ଦେଉନାହାନ୍ତି । ନରେଗାରେ ମଧ୍ୟ ସମାନ ସ୍ଥିତି, କେନ୍ଦ୍ର ସରକାର କହୁଛନ୍ତି ଜଳସେଚନ ପାଇଁ ପ୍ରତିଜ୍ଞାବଦ୍ଧ ହେଲେ ତାର ବାସ୍ତବ ଅନୁଭୂତି ଶୁନ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକ ବିରୋଧୀ,ସେମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି ।

ମନରେଗା ଟଙ୍କା ଦିଆଯାଉ । ରାଜ୍ୟ ସରକାର ମାନନ୍ତୁ ମରୁଡି ହୋଇଛି ଏବଂ ତାର ପ୍ରତିକାର ଘୋଷଣା କରନ୍ତୁ । ଖାଲି ଚାଷୀ ନୁହେଁ ସମାଜର ନିମ୍ନ ବର୍ଗ ଶ୍ରମିକ ସମସ୍ତଙ୍କ ପାଇଁ ସରକାର କିଛି କରନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 1, 2021, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.