ଭୁବନେଶ୍ବର: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ ଆଜି ୯୧ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଭୁବନେଶ୍ବର ରାଜଭବନ ନିକଟସ୍ଥ ଏଲଆଇସି ଅଫିସ ଛକସ୍ଥିତ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଛି । ନନ୍ଦିନୀ ଦେବୀ ସ୍ମୃତି କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏଥିରେ ଦଳମତ ନିର୍ବିଶେଷରେ ବହୁ ନେତା ଓ ଅନୁଗାମୀ ଉପସ୍ଥିତ ରହି ସ୍ବର୍ଗତ ନେତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ଏହି ଅବସରରେ ନନ୍ଦିନୀ ଦେବୀଙ୍କ ସୁପୁତ୍ର ତଥା ପୂର୍ବତନ ସାଂସଦ ତଥାଗତ ଶତପଥି, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ବିଧାୟକ ଶଶୀଭୂଷଣ ବେହେରା, ଅନନ୍ତ ନାରାୟଣ ଜେନା, ରମେଶ ସାଏ, ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର