ETV Bharat / city

ନନ୍ଦନକାନନରେ ଅକାମି ହୋଇପଡିଛି ଟଏ ଟ୍ରେନ, ଅସନ୍ତୋଷ ପର୍ଯ୍ୟଟକ

author img

By

Published : Oct 23, 2021, 11:17 AM IST

ନନ୍ଦନକାନନରେ ଟଏ ଟ୍ରେନ ଗଡିବା ନେଇ ଅନିଶ୍ଚିତତା । ବହୁ ଦିନ ବିତିଥିଲେ ସୁଦ୍ଧା ଟଏ ଟ୍ରେନର ମରାମତି ନ ହେଉଥିବାରୁ ପର୍ଯ୍ୟଟକ ମହଲରେ ଅସନ୍ତୋଷ । ଅଧିକ ପଢନ୍ତୁ...

ନନ୍ଦନକାନନରେ ଅକାମି ପଡିଛି ଟଏ ଟ୍ରେନ
ନନ୍ଦନକାନନରେ ଅକାମି ପଡିଛି ଟଏ ଟ୍ରେନ

ଭୁବନେଶ୍ବର: ଦୀର୍ଘ ୭ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟଏ ଟ୍ରେନ(ଶିଶୁ ରେଳଗାଡି) ଚାଲିବା ଆରମ୍ଭ ହୋଇଥିଲା । କିନ୍ତୁ କାର୍ଯ୍ୟଭାର ନେଇଥିବା ଠିକା ସଂସ୍ଥାର ମନମୁଖୀ କାମ ପାଇଁ ଟଏ ଟ୍ରେନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ନନ୍ଦନକାନନର ଅନ୍ୟତମ ଆକର୍ଷଣ ଏହି ଟ୍ରେନ ଗୋଟିଏ ଦିନ ମଧ୍ୟ ଚାଲିପାରିଲା ନାହିଁ । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି । କେବେ ଗଡିବ ତାହା ମଧ୍ୟ କେହି ଜାଣନ୍ତି ନାହିଁ । ସେପଟେ ଟଏ ଟ୍ରେନ ଗଡିବା ନେଇ ଅନିଶ୍ଚିତତା ପର୍ଯ୍ୟଟକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି ।

ଚଳିତ ମାସ ୮ ତାରିଖ ଦିନ ରାଜ୍ୟସ୍ତରୀୟ 67ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପର୍ଯ୍ୟଟକଙ୍କ ପାଇଁ ନୂତନ ଟଏ ଟ୍ରେନ ଲୋକାର୍ପଣ କରିଥିଲେ । 12 ତାରିଖରେ ପ୍ରଥମ ଥର ପାଇଁ ପରୀକ୍ଷାମୂଳକ ଭାବେ ଉକ୍ତ ରେଳଗାଡ଼ି ଚାଲିଥିଲା । ଦଶହରା ଦିନ ଅପରାହ୍ନରେ 50ଜଣ ପର୍ଯ୍ୟଟକଙ୍କୁ ନେଇ ଫେରୁଥିବା ସମୟରେ ଷ୍ଟେସନ ଠାରୁ କିଛି ଅଳ୍ପ ଦୂରରେ ଟ୍ରେନର ଇଞ୍ଜିନ ପାଖ ବଗିରୁ ଧୂଆଁ ବାହାରିଥିଲା । ସେହି ଦିନ ଠାରୁ ଅଚଳ ହୋଇପଡିଛି ଏହି ଟଏ ଟ୍ରେନ ।

ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ କହିଛନ୍ତି, ଟଏ ଟ୍ରେନର ଏ ପର୍ଯ୍ୟନ୍ତ ମରାମତି ହୋଇନାହିଁ । ମରାମତି ପରେ ଏହାକୁ ଟେଷ୍ଟ କରାଯିବ । ଏହାପରେ ହିଁ ସାଧାରଣ ଲୋକ ବା ପର୍ଯ୍ୟଟକଙ୍କ ପାଇଁ ଏହି ଟ୍ରେନ ଚଳାଚଳ କରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.