ETV Bharat / city

ଖର୍ଚ୍ଚ ହେବ 600 କୋଟି: ବଦଳିବ Nandankanan କଳେବର, ଆସିବେ ନୂଆ ଜୀବଜନ୍ତୁ

author img

By

Published : Dec 29, 2021, 5:03 PM IST

Updated : Dec 29, 2021, 8:15 PM IST

ନନ୍ଦନକାନନ ଆଜି ପାଳିଛି ୬୨ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେବେ 6 ଶହ କୋଟି ଖର୍ଚ୍ଚ ହୋଇ ଚିଡିଆଖାନାର ବଦଳିବ କଳେବର । ଅଧିକ ପଢ଼ନ୍ତୁ

ନନ୍ଦନକାନନର ୬୨ତମ ଜନ୍ମଦିନ: ବଦଳିବ କଳେବର, ଆସିବେ ନୂଆ ଜୀବଜନ୍ତୁ

ଭୁବନେଶ୍ବର: ନନ୍ଦନକାନନ ଆଜି ପାଳିଛି ୬୨ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ଆସନ୍ତା ବର୍ଷ ଆରମ୍ଭ ହେବ ଭିତ୍ତିଭୂମି ବିକାଶ କାର୍ଯ୍ୟ । ଅତ୍ୟାଧୁନିକ ବିଲ୍ଡିଂ ସହ ଚିଡ଼ିଆଖାନାରେ ରହିବ ହାଇଟେକ୍ ବ୍ୟବସ୍ଥା । ବିଦେଶୀ ସମେତ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯିବ । ଏହାସହ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ଏବଂ ବଂଶବିସ୍ତାର କରିବା ପାଇଁ ଖୁଆଡ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

ବିଶ୍ୱସ୍ତରୀୟ ହେବ ନନ୍ଦନକାନନ । ଏନେଇ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ଖର୍ଚ୍ଚ ହେବ ପ୍ରାୟ 6 ଶହ କୋଟି ଟଙ୍କା । ବିକଶିତ ହେବ ନନ୍ଦନକାନନର ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା । ଆକର୍ଷିତ ହେବେ ଦେଶବିଦେଶର ଦର୍ଶକ ଏବଂ ପର୍ଯ୍ୟଟକ । ଏନେଇ ଖସଡ଼ା ପ୍ରସ୍ତୁତ କରିଛି ଜଙ୍ଗଲ ଏବଂ ପରିବେଶ ବିଭାଗ । ଏହାସହ ନନ୍ଦନକାନନରେ ବିଭିନ୍ନ ପଶୁପକ୍ଷୀଙ୍କ ପ୍ରଜନନ, ଅନୁସନ୍ଧାନ ଓ ଉନ୍ନତ ପରିବେଶ ଯୋଗାଇବା ପାଇଁ ଖର୍ଚ୍ଚ ହେବ ଟଙ୍କା । ରୁଗ୍ଣ ଓ ନଷ୍ଟ ହୋଇଥିବା ଏନକ୍ଲୋଜର ନିର୍ମାଣ ଓ ପରିବର୍ତ୍ତନ କରାଯିବ ।

ଦୁବାଇରୁ ପେଙ୍ଗୁଇନ ଓ ଜେବ୍ରା ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହାସହ ଜିରଫ ଓ କଙ୍ଗାରୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରତିଷ୍ଠା ଦିବସ ଅବସରରେ 6 ବାଘଛୁଆର ନାମକରଣ କରାଯାଇଛି । ଏହାସହ କିଛିଦିନ ତଳେ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଦେହରେ VHF ରେଡିଓ ଟ୍ରାନ୍ସମିଟର ଲଗାଇ ନନ୍ଦନକାନନରେ ଛଡ଼ାଯାଇଛି । ଅନ୍ୟପଟେ ଆଜିଠୁ ପୁଣି ଥରେ ଟ୍ରାକରେ ଦୌଡ଼ିବ ଟଏ୍‌ ଟ୍ରେନ୍‌ । ଟ୍ରେନରେ ନୂଆ ମୋଟର ଲଗାଇବା ସହ ଆଜିଠାରୁ ଡ୍ରାଏରନ୍ କରାଯିବ ।

ନନ୍ଦନକାନନର ବିକାଶରେ ଯୋଗଦାନ ପାଇଁ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ଏହାସହ ନନ୍ଦନକାନନର ବାର୍ଷିକ ରିପୋର୍ଟ ଓ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପିସିସିଏଫ ଶିଶିର କୁମାର ରଥ, ପିସିସିଫ(ବନ୍ୟଜନ୍ତୁ) ଶଶୀ ପଲ, ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନୟାର ଓ ନନ୍ଦନକାନନ ଉପ ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 29, 2021, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.