ETV Bharat / city

ଶିକ୍ଷାନୁଷ୍ଠାନରେ ଓଡ଼ିଆ ନାମଫଳକ ପ୍ରସଙ୍ଗ, ଉଲ୍ଲଘଂନକାରୀଙ୍କ ଦଣ୍ଡବିଧାନ ପାଇଁ ଦାବି

author img

By

Published : May 1, 2022, 5:22 PM IST

ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରସଙ୍ଗ। ଏହି ନିୟମର ଉଲ୍ଲଘଂନକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାଷା ଆନ୍ଦୋଳନର ସଭାପତି ଦାବି କରିଛନ୍ତି । ଅଧିକ ପଢନ୍ତୁ

ଶିକ୍ଷାନୁଷ୍ଠାନରେ ଓଡ଼ିଆ ନାମଫଳକ ପ୍ରସଙ୍ଗ, ଉଲ୍ଲଘଂନକାରୀଙ୍କ ଦଣ୍ଡବିଧାନ ପାଇଁ ଦାବି
ଶିକ୍ଷାନୁଷ୍ଠାନରେ ଓଡ଼ିଆ ନାମଫଳକ ପ୍ରସଙ୍ଗ, ଉଲ୍ଲଘଂନକାରୀଙ୍କ ଦଣ୍ଡବିଧାନ ପାଇଁ ଦାବି

ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ଓଡ଼ିଆ ନାମ ଫଳକକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । କେବଳ ଖାତା କଲମରେ ଏହି ନିୟମ ନ ରହି ଏହାକୁ କାର୍ଯ୍ୟକାରୀ କରିବା ସହ ଦଣ୍ଡବିଧାନ କରିବା ଆବଶ୍ୟକ । ଭାଷା ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥି ।

ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଆ ଭାଷାରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଆରେ ନିର୍ଭୁଲ ଭାବରେ ଲେଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବୁଦ୍ଧିଜୀବୀ, ଭାଷାପ୍ରେମୀ, ଶିକ୍ଷାବିତ, ଶିକ୍ଷକ-ଅଧ୍ୟାପକ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ନିଷ୍ପତ୍ତି କାର୍ଯ୍ୟକାରିତା ସହ ପରବର୍ତ୍ତୀ ସମୟରେ ଏହାର ଅନୁଧ୍ୟାନ କରିବା ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଭାଷା ଆନ୍ଦୋଳନ ସଭାପତି ଏହି ନିଷ୍ପତ୍ତିକୁ ସ୍ବାଗତ କରି କହିଛନ୍ତି ଯେ ଭାଷା ଆଇନକୁ କଡ଼ାକଡ଼ି ଲାଗୁ କରିବା, ଓଡ଼ିଆ ଭାଷାରେ ନଥିପତ୍ର ଲେଖୁ ନ ଥିବା କର୍ମଚାରୀ, ପ୍ରଶାସନିକ ପଦାଧିକାରୀ ମାନଙ୍କୁ ଭାଷା ଆଇନ ଉଲ୍ଲଘଂନ ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ। ସେହିପରି ଶ୍ରମ ଆଇନ ଆଧାରରେ ଓଡ଼ିଆ ଭାଷାରେ ନାମଫଳକ ଲେଖୁ ନ ଥିବା ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନକୁ କଠିନ ଦଣ୍ଡରେ ଦଣ୍ଡିତ ନ କଲେ ଏଭଳି ନିର୍ଦ୍ଦେଶନାମାର ମୂଲ୍ୟ ନାହିଁ ବୋଲି କହିଛନ୍ତି । ଏପଟେ ଉତ୍କଳ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଡ଼ଃ ରମେଶ ମଲ୍ଲିକ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

ଏହାକୁ କାହିଁକି ଲେଖାଯିବା ଆବଶ୍ୟକ ପ୍ରଶ୍ନରେ ସେ କହିଛନ୍ତି ଯେ ଓଡ଼ିଆ ଭାଷା ଆମର ଆତ୍ମ ପରିଚିତ । ଓଡ଼ିଆ ଭାଷା ଓଡ଼ିଆ ଜାତିର ସମ୍ମାନ । ଏହା ଭାଷା ଯୋଜନା ଭାଷା ପ୍ରେମର ଲକ୍ଷଣ ବୋଲି କହିଛନ୍ତି । ତେବେ ସୂଚନା ଥାଉ କି ଓଡ଼ିଆରେ ଅନେକ ବ୍ୟବସାୟ ପ୍ରତିଷ୍ଠାନଠୁ ଆରମ୍ଭ କରି ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷା ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଏ ନେଇ ଗତ 2 ବର୍ଷ ତଳୁ ଏକ ବିଲ ମଧ୍ୟ ପ୍ରଣୟନ କରାଯାଇଛି। ହେଲେ ସରକାରୀ ଚିଠି ପତ୍ର ଠାରୁ ନେଇ ସମସ୍ତ ସ୍ଥାନରେ ଆଞ୍ଚଳିକ ଭାଷାର ପ୍ରୟୋଗ ହେଉନାହିଁ।

ତେଲେଙ୍ଗାନା, ଆନ୍ଧ୍ର, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସରକାରୀ ଚିଠି ପତ୍ର ଠାରୁ ନେଇ ସମସ୍ତ ସ୍ଥାନରେ ଆଞ୍ଚଳିକ ଭାଷାରେ ଲେଖାଯାଉଛି । ତେବେ ଓଡିଶାରେ କାହିଁକି ଇଂରାଜୀ ଭାଷାରେ ଲେଖାଯାଉ ବୋଲି ଦାବି ହୋଇଛି । କୋଭିଡ ହେଉ କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ସମସ୍ତ ନିର୍ଦ୍ଦେଶାବଳୀ ଇଂରାଜୀରେ ପ୍ରକାଶ ପାଉଛି। ରାଜ୍ୟର ସମସ୍ତ ସରକାର ଚିଠିର ଯେଉଁ ଆଦାନ ପ୍ରଦାନ କରାଯାଉଛି ସେଥିରେ ସମସ୍ତ ଚିଠି ଇଂରାଜୀରେ ମିଳୁଛି ଓଡ଼ିଆ ଭାଷାରେ ନୁହେଁ । ଏହା କେବେ ଓଡ଼ିଆ ଭାଷାରେ କରାଯିବ, ତାହା ଦେଖିବା ବାକି ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.