ETV Bharat / city

ଓଭରବ୍ରିଜ ତଳେ ଉଲଗ୍ନ ମୃତଦେହ, ହତ୍ୟା ପରେ ଦୁର୍ଘଟଣା ରୂପ ଦେବାକୁ ଉଦ୍ୟମ - ଓଭରବ୍ରିଜ ତଳେ ଉଲଗ୍ନ ମୃତଦେହ

ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟକର ଘଟଣା । ଓଭରବ୍ରିଜ ତଳେ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରିଛି କମିସନରେଟ ପୋଲିସ । ହତ୍ୟା ପରେ ଦୁର୍ଘଟଣା ରୂପ ଦେବାକୁ ଉଦ୍ୟମ କରାଯାଇଥିବା ସନ୍ଦେହ । ଏହା ଏକ ହତ୍ୟା ନା ଦୁର୍ଘଟଣା ଯାହାକୁ ଖୋଜିବା ପୋଲିସ ପାଇଁ ହୋଇଛି ବଡ ଚ୍ୟାଲେଞ୍ଜ। ଅଧିକ ପଢନ୍ତୁ...

ଓଭରବ୍ରିଜ ତଳେ ଉଲଗ୍ନ ମୃତଦେହ ,ହତ୍ୟା ପରେ ଦୁର୍ଘଟଣା ରୂପ ଦେବାକୁ ଉଦ୍ୟମ

author img

By

Published : Aug 1, 2020, 11:11 PM IST

ଭୁବନେଶ୍ବର:ରାଜଧାନୀରେ ଚାଞ୍ଚଲ୍ୟ।ରାସ୍ତା କଡରେ ଉଲଗ୍ନ ମୃତଦେହ। ବରମୁଣ୍ଡା ଫାୟାର ଷ୍ଟେସନ ନିକଟ ଓଭରବ୍ରିଜ ତଳୁ ଉଦ୍ଧାର ହୋଇଛି ଏଭଳି ଏକ ମୃତଦେହ। ହାତ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଏକ ହଟ୍ଟାକଟା ବ୍ୟକ୍ତିର ମୃତଦେହକୁ ଜବତ କରିଛି କମିସନରେଟ ପୋଲିସ।ତେବେ ମୃତକଙ୍କ ନା ରାକେଶ ପଣ୍ଡା ତାଙ୍କ ଘର ସତ୍ୟନଗର ବୋଲି ଜଣାପଡିଛି।

ତେବେ ରାକେଶଙ୍କର ଏପରି ମୃତଦେହ ଜବତ ନେଇ ହରଡଘଣାରେ ପଡିଛି ପୋଲିସ।ଏହା ହତ୍ୟା ନା ଦୁର୍ଘଟଣା ତାକୁ ନେଇ କୌଣସି ସୁରାକ ପାଇପାରୁନି ପୋଲିସ ।କାରଣ ମୃତଦେହ ସମ୍ପୂଣ୍ଣ ଉଲଗ୍ନ ରହିଥିବା ବେଳେ ପାଖରେ କୌଣସି ସେଭଳି ସଂଦେହଜନକ ଜିନିଷ ମିଳିନାହିଁ।ହେଲେ ମୃତ ଦେହ ମିଳିଥିବା ଠିକ ଉପରେ ଅର୍ଥାତ ଓଭରବ୍ରିଜ ଉପରେ ଏକ ପ୍ୟାଣ୍ଟ ମିଳିଛି ଯେଉଁଥିରୁ ୩ଟି ଆଧାରକାର୍ଡ ଏଟିଏମ କାର୍ଡ ସହ କିଛି ଚାବି ପେନ୍ଥା ଓ ପ୍ୟାଣ୍ଟ ନିକଟରୁ ମୋବାଇଲ ଫୋନ ଜବତ ହୋଇଛି। ତେବେ ପରିଚୟ ଖୋଜିବାକୁ ଯାଇ ତିନୋଟି ଆଧାରକାର୍ଡରୁ କନଫ୍ୟୁଜନ ପରେ ଏଟିଏମ କାର୍ଡର ନାମକୁ ନେଇ ଭେରିଫାଏ ପରେ ତାଙ୍କର ପରିଚୟ ରାକେଶ ପଣ୍ଡା ବୋଲି ପରିବାର ଲୋକଙ୍କଠାରୁ ଯୋଗାଯୋଗ ପରେ ପୋଲିସକୁ ସୂଚନା ମିଳିଛି।

ଓଭରବ୍ରିଜ ତଳେ ଉଲଗ୍ନ ମୃତଦେହ ,ହତ୍ୟା ପରେ ଦୁର୍ଘଟଣା ରୂପ ଦେବାକୁ ଉଦ୍ୟମ

ଏହି ଘଟଣାରେ ପୋଲିସ ଏବେ ସଂଦେହ କରୁଛି ଏପରି ରାକେଶଙ୍କର ମୃତ୍ୟୁ ହେଲା କିପରି। ଯାହାକୁ ନେଇ ସଂଦେହରେ ଅଶ୍ବିନ ଜେନା ନାମକ ଯୁବକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।କାରଣ ପୋଲିସ ଏପରି କିଛି ସୁରାକ ପାଇଛି ଯେ ମୃତ ରାକେଶ ଓ ଅଶ୍ବିନ ଜେନା ଦୁହେଁ ଗତ କାଲି ଏକ ଲୁଟପାଟ କରିଥିଲେ। ଉଭୟ ଗତ କାଲି ରାତିରେ ଏକ ଟ୍ରକ ଡ୍ରାଇଭରକୁ ଲୁଟପାଟ ପରେ ଏକ ଅଟୋକୁ ଲୁଟପାଟ ବେଳେ କଣ୍ଟ୍ରୋଲ ରୁମକୁ ଆସିଥିଲା ସୂଚନା ।ଯାହା ଆଧାରରେ ପୋଲିସ ପିସିଆର ଗୋଡାଉଥିବା ବେଳେ ଏକ ଅଟୋ ସହ ଦୁଇଜଣଙ୍କର ଧକ୍କା ହୋଇଥିଲା। କିନ୍ତୁ ଦୁର୍ଘଟଣାଟି ଗୋଟିଏ ପଟେ ଘଟିଥିଲା ଯେତେବଳେ ପିସିଆର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ହେଲେ ଅଟକ ବ୍ୟକ୍ତିକୁ ପୋଲିସ ପାଇଥିଲାବେଳେ ଅନ୍ୟ ବ୍ୟକ୍ତି ଅର୍ଥାତ ରାକେଶଙ୍କର କୌଣସି ସୁରାକ ପାଇନଥିଲା।ତେବେ ଏଠି ପ୍ରଶ୍ନ ଉଠୁଛି କଣ ପ୍ରକୃତରେ ରାକେଶଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଯଦି ହୋଇଛି ତେବେ କିପରି ଏବଂ କେମିତି ଉଲଗ୍ନ ହେଲେ ଏବଂ ତଳକୁ ଖସିପଡିଲେ।

ପିସିଆର ସୂଚନା ଅନୁସାରେ ଏକ ଦୁର୍ଘଟଣା ଓଭରବ୍ରିଜର ରାସ୍ତାର ଗୋଟିଏ ପାର୍ଶରେ ହୋଇଥିଲା ହେଲେ ମୃତଦେହଟି ଓଭରବ୍ରିଜ ରାସ୍ତାର ଅପରପାର୍ଶ୍ବରେ ତଳେ ପଡିଥିଲା ଅନ୍ୟପଟେ ଯଦି ହତ୍ୟା ତେବେ କିଏ ଯିଏ ରାକେଶଙ୍କୁ ଏପରି ହତ୍ୟା କରିଛି। ନା ଦୁର୍ଘଟଣାର ରୂପ ଦେବାକୁ ଏପରି ଉଲଗ୍ନ କରି ବ୍ରିଜ ତଳକୁ ଠେଲି ଦେଇଛନ୍ତି। ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ଯାହା କମିସନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ରହିଛି । ପ୍ରକୃତରେ ଏହା ଏକ ହତ୍ୟା ନା ଦୁର୍ଘଟଣା ଯାହାକୁ ଖୋଜିବା ପୋଲିସ ପାଇଁ ହୋଇଛି ବଡ ଚ୍ୟାଲେଞ୍ଜ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.