ETV Bharat / city

ରୁଦ୍ରଙ୍କ ପାଇଁ ଭୋଟ ମାଗିଲେ ନବୀନ, କହିଲେ ପିପିଲି-ଡେଲାଙ୍ଗ ବିକାଶ କଥା ନିଜେ ବୁଝିବି - ପିପିଲି ପାଇଁ ଭୋଟ୍ ମାଗିଲେ ନବୀନ

ପିପିଲି ଉପନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେଡି ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ରାଲିରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ପିପିଲି ପାଇଁ ଭୋଟ୍ ମାଗିଲେ ନବୀନ, ଭର୍ଚୁଆଲ ମାଧ୍ୟମରେ ଦେଲେ ଉଦବୋଧନ

author img

By

Published : Apr 12, 2021, 6:41 PM IST

Updated : Apr 12, 2021, 8:23 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନକୁ ହାତଗଣତି ଦିନ ବାକି ଅଛି । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଭିସି ମାଧ୍ୟମରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଖେଳିଛନ୍ତି ଧର୍ମ ଓ ଜଗନ୍ନାଥ କାର୍ଡ । ପୁରୀ ତଥା ପିପିଲି ଲୋକଙ୍କ ମଧ୍ୟରେ ଥିବା ଜଗନ୍ନାଥ ବିଶ୍ବାସକୁ ଆଧାର କରି ମାରିଛନ୍ତି ତୀର ।

ପିପିଲି ପାଇଁ ଭୋଟ୍ ମାଗିଲେ ନବୀନ, ଭର୍ଚୁଆଲ ମାଧ୍ୟମରେ ଦେଲେ ଉଦବୋଧନ

ନବୀନ କହିଛନ୍ତି, ‘ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରେଷ୍ଠ ଭକ୍ତ ଦାସିଆଙ୍କ ପବିତ୍ର ଭୂମି ପିପିଲି - ଡେଲାଙ୍ଗ । ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାର ସ୍ମୃତିରେ ଧନ୍ୟ ଏ ପିପିଲି- ଡେଲାଙ୍ଗ ଭୂମି । ପିପିଲିର ଚାନ୍ଦୁଆ ଦେଶ ବିଦେଶରେ ଓଡିଶାର ସୁନାମ ଆଣିଛି । ଧନ୍ୟ ଏ ମାଟି ଧନ୍ୟ ତାର ଇତିହାସ । ଏ ମାଟିକୁ ମୋର ପ୍ରଣାମ । ଆଜି ସାରା ଓଡ଼ିଶା ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପାଳନ କରୁଛି । ବେରବୋଇ ଆଶ୍ରମରେ ବାପୁ ଆଠ ଦିନ ରହିଥିଲେ ’ । ଏହାସହ ସେ କହିଛନ୍ତି ଆଜି ପିପିଲି-ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାନ୍ତି ।

ବିଜେଡିର ବରିଷ୍ଠ ନେତା ନିର୍ବାଚନ ଜିତିବା ନେଇ ଆଶାବାଦୀ

ନବୀନ ଏହା ମଧ୍ୟ କହିଛନ୍ତି, ‘ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ରହିଛି । ଯଦି ମୁଁ ପିପିଲି-ଡେଲାଙ୍ଗ ଯାଇଥାନ୍ତି ତେବେ ଆପଣମାନେ ମୋତେ ଆର୍ଶୀବାଦ କରିବାକୁ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ । ଭାବିଲି କୋଭିଡ଼ ସମୟରେ ଏହା ଉଚିତ୍ ହେବ ନାହିଁ । ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହେଁ ନାହିଁ । ସେଥିପାଇଁ ଆଜି ଭିଡିଓ କନଫେରନ୍ସିଂ ଜରିଆରେ ଆପଣମାନଙ୍କୁ ଭେଟୁଛି । କୋରୋନା ଦୂର ହେବା ପରେ ମୁଁ ନିଜେ ପିପିଲି ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି ’। ଏହାସହ ସେ କହିଛନ୍ତି, ଆପଣଙ୍କ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଯୋଗୁଁ ଏ ଉପ ନିର୍ବାଚନ ହେଉଛି । ପିପିଲିର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହିତ ଅଛନ୍ତି । ବିଜୁ ବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ଅଛି ।

ଏପ୍ରିଲ ୧୭ରେ ଆମେ ବିଜୁ ବାବୁଙ୍କର ଶ୍ରାଦ୍ଧ ପାଳନ କରୁଛୁ । ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଅମୂଲ୍ୟ ରତ୍ନ । ସେ ସବୁବେଳେ ଆମ ପାଇଁ ପ୍ରେରଣ ହୋଇ ରହିଛନ୍ତି । ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି । ସେ ଚାଷୀଙ୍କର ବିକାଶ ହେଉ ବା ଗରିବ ଲୋକର କଲ୍ୟାଣ । ମାଆ ମାନଙ୍କ ବିକାଶ ହେଉ ବା ଭିତ୍ତିଭୂମିର ବିକାଶ । ସବୁଥିରେ ଓଡ଼ିଶା ସାରା ଦେଶରେ ଆଗରେ ଅଛି । ଆମ ରାଜ୍ୟର ୭୦ ଲକ୍ଷ ମା’ଙ୍କୁ ନେଇ ଗଠିତ ମିଶନ ଶକ୍ତି ଆଜି ବିକାଶର ସାରଥି ହୋଇଛି । ମା’ ମାନଙ୍କର ସମୃଦ୍ଧି ହିଁ ପରିବାରର ସମୃଦ୍ଧି । ଆଜି ଆମର ମା ମାନେ ହେଉଛନ୍ତି ଗାଁ, ପଞ୍ଚାୟତ, ବ୍ଲକ ଆଦିରେ ଥିବା ସରକାରୀ ସମ୍ପତ୍ତିର ମାଲିକ ବୋଲି କହିଛନ୍ତି ନବୀନ ।

ମୋ ଅନୁରୋଧ ମା' ମାନେ ବହୁ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେଇ ଆମକୁ ଆର୍ଶିବାଦ କରନ୍ତୁ । କୋରୋନାକୁ ରୋକିବା ପାଇଁ ମଧ୍ୟ ଓଡ଼ିଶା ବହୁତ ଭଲ କାମ କରିଛି । ଆପଣମାନେ ଜାଣନ୍ତି କୋରୋନାର ଦ୍ବିତୀୟ ଲହର ଭୟ ଏବେ ଦେଖା ଦେଇଛି । ତେଣୁ ଆମକୁ ସତର୍କ ରହିବାକୁ ହେବ । ମୋର ଅନୁରୋଧ ଆପଣମାନେ କୋଭିଡ଼ ନିୟମ ପାଳନ କରନ୍ତୁ । ଘରୁ ବାହାରିଲେ ଠିକ୍ ଭାବରେ ମାସ୍କ ପିନ୍ଧି ଯାଆନ୍ତୁ ପିପିଲି - ଡେଲାଙ୍ଗ ଅଞ୍ଚଳରେ ଅନେକ ଭଲ କାମ ହୋଇଛି । ମୁଁ ଜାଣେ ଆଗକୁ ଆହୁରି ଅନେକ ଭଲ ଭଲ କାମ ପାଇଁ ସୁଯୋଗ ମଧ୍ୟ ରହିଛି । ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି । ମୋର ଅନୁରୋଧ ବିଜୁ ଜନତା ଦଳର ପ୍ରାର୍ଥୀକୁ ଶଙ୍ଗ ଚିହ୍ନରେ ଭୋଟ ଦେଇ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି ନବୀନ ଭୋଟ ଅପିଲ କରିଛନ୍ତି । ସେପଟେ ସଭାରେ ଯୋଗ ଦେଇ ଥିବା ବିଜେଡିର ବରିଷ୍ଠ ନେତା କହିଛନ୍ତି ଚଳିତ ଉପ ନିର୍ବାଚନ ବିଜେଡି ବିପୁଳ ବିଜୟ ହାସଲ କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ/ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 12, 2021, 8:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.