ETV Bharat / city

ରାଜ୍ୟର 25 ସଡକ ପ୍ରକଳ୍ପ ପାଇଁ ନାବାର୍ଡ ଦେବ 206 କୋଟି

author img

By

Published : Sep 27, 2021, 6:23 PM IST

ରାଜ୍ୟର 11ଟି ଜିଲ୍ଲାରେ ଆରମ୍ଭ ହେବ 25ଟି ଗ୍ରାମୀଣ ସଡ଼କ ପ୍ରକଳ୍ପ । ସଡ଼କ ନିର୍ମାଣ ପାଇଁ ସହଯୋଗ କରିବ ନାବାର୍ଡ । ଅଧିକ ପଢ଼ନ୍ତୁ...

ରାଜ୍ୟର 25 ସଡକ ପ୍ରକଳ୍ପ ପାଇଁ ନାବାର୍ଡ ଦେବ 206 କୋଟି
ରାଜ୍ୟର 25 ସଡକ ପ୍ରକଳ୍ପ ପାଇଁ ନାବାର୍ଡ ଦେବ 206 କୋଟି

ଭୁବନେଶ୍ବର: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (Rural Development Fund) ଅଧୀନରେ ଓଡ଼ିଶା ସରକାରଙ୍କୁ 206 କୋଟି ଟଙ୍କା ସହାୟତା ପ୍ରଦାନ କରିବାକୁ ମଞ୍ଜୁର କରିଛି ନାବାର୍ଡ । ସମୁଦାୟ 203 କିଲୋମିଟର ଦୀର୍ଘ ଗ୍ରାମୀଣ ରାସ୍ତା ନିର୍ମାଣ ହେବ । ଏହି ପ୍ରକଳ୍ପ ଦ୍ୱାରା 1723 ଟି ଗାଁରେ 20.48 ଲକ୍ଷ ଲୋକ ଉପକୃତ ହେବେ ।

ଏହି ପ୍ରକଳ୍ପରେ ଗଞ୍ଜାମରେ 4ଟି, ଯାଜପୁର 2ଟି, ଜଗତସିଂହପୁରରେ ଗୋଟିଏ, କଳାହାଣ୍ଡିରେ 3ଟି, କେନ୍ଦ୍ରାପଡ଼ାରେ ଗୋଟିଏ, କେନ୍ଦୁଝରରେ 5ଟି, କୋରାପୁଟରେ 2ଟି, ମୟୁରଭଞ୍ଜରେ 2ଟି, ରାୟଗଡାରେ ଗୋଟିଏ, ନୟାଗଡ଼ରେ 2ଟି, ଖୋର୍ଦ୍ଧାରେ 2ଟି ରାସ୍ତା ମିଶାଇ ମୋଟ 25ଟି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ପାନୀୟ ଜଳ, ଜଳସେଚନ ଏବଂ ଗ୍ରାମୀଣ କନେକ୍ଟିଭିଟି ଅଧୀନରେ ଥିବା ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ RDF ଅଧୀନରେ ସହାୟତା କରିବାକୁ ଯୋଜନା କରାଯାଇଛି । RDF XXVII (2021-22) ଅଧୀନରେ 1493 କୋଟି ମଞ୍ଜୁର କରାଯାଇଛି । ଏହି ଭିତ୍ତିଭୂମି ପ୍ରକଳ୍ପଗୁଡିକ ଲୋକମାନଙ୍କର ଜୀବିକା ନିର୍ବାହ ପାଇଁ ସହାୟତା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.