ETV Bharat / city

ଓଡିଶାର ଗ୍ରାମୀଣ ଭିତ୍ତିଭୂମି ବିକାଶ ଲାଗି ୪ ହଜାର କୋଟି ଦେଲା ନାବାର୍ଡ - ନ୍ୟାସନାଲ ବ୍ୟାଙ୍କ ଫର୍‌ ଅଗ୍ରିକଲଚର ଏଣ୍ଡ ରୁରାଲ ଡେଭେଲପମେଣ୍ଟ

ଗ୍ରାମୀଣ ବିକାଶ ଲାଗି ଓଡିଶାକୁ ନ୍ୟାସନାଲ ବ୍ୟାଙ୍କ ଫର୍‌ ଅଗ୍ରିକଲଚର ଏଣ୍ଡ ରୁରାଲ ଡେଭେଲପମେଣ୍ଟ(National Bank for Agriculture and Rural Development) ୪,୦୧୩ କୋଟି ଟଙ୍କା ପ୍ରଦାନ କରିବ । ଅଧିକ ପଢନ୍ତୁ

ଓଡିଶାର ଗ୍ରାମୀଣ ଭିତ୍ତିଭୂମି ବିକାଶ ଲାଗି ୪,୦୧୩ କୋଟି ଅର୍ଥ ଅନୁମୋଦନ କଲା ନାବାର୍ଡ

author img

By

Published : Mar 21, 2022, 10:49 PM IST

ଭୁବନେଶ୍ବର: ଗ୍ରାମୀଣ ବିକାଶ ଲାଗି ଓଡିଶାକୁ ନ୍ୟାସନାଲ ବ୍ୟାଙ୍କ ଫର୍‌ ଅଗ୍ରିକଲଚର ଏଣ୍ଡ ରୁରାଲ ଡେଭେଲପମେଣ୍ଟ(National Bank for Agriculture and Rural Development) ୪,୦୧୩ କୋଟି ଟଙ୍କା ପ୍ରଦାନ କରିବ । ଏହି ଅର୍ଥରାଶି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମିଳିବ ବୋଲି ଆଜି ନାବାର୍ଡର(NABARD) ଚିଫ୍‌ ଜେନେରାଲ ମ୍ୟାନେଜର କହିଛନ୍ତି । ତେବେ ଏହି ସବୁ ଅର୍ଥ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି(Rural Infrastructure Development Fund) ଅଧିନରେ ଅନୁମୋଦନ କରାଯାଇଛି ବୋଲି ସେ କହିଛନ୍ତି ।

ସେହିପରି ଓଡିଶାକୁ ମିଳିଥିବା ଏହି ଅନୁମୋଦନ ଅର୍ଥରାଶି ଭାରତରେ ଯେଉଁ ସବୁ ରାଜ୍ୟକୁ ମିଳିଛି, ସବଠାରୁ ଅଧିକ ବୋଲି ନାବାର୍ଡ ପକ୍ଷରୁ କୁହାଯାଇଛି । ତେବେ ଏହି ଅର୍ଥରେ ଓଡିଶାର ଗ୍ରାମଞ୍ଚଳର ବିକାଶ ସହ ରାସ୍ତାଘାଟ ନିର୍ମାଣ ପାଇଁ ବ୍ୟବହାର କରାଯିବ । ଏଥିସହ ୨୫୬୮ କୋଟି ଟଙ୍କା କେବେଳେ ଗ୍ରାମାଞ୍ଚଳରେ ରାସ୍ତାଘାଟ, ପୋଲ ନିର୍ମାଣ କରିବା ପାଇଁ ଅନୁମୋଦନ କରାଯାଇଛି ବୋଲି ଓଡିଶା ନାବାର୍ଡ ଶାଖାର(NABARD) ଚିଫ୍‌ ଜେନେରାଲ ମ୍ୟାନେଜର ସି ଉଦୟଭାସ୍କର କହିଛନ୍ତି ।

ସେହିଭଳି ଏହି ଅର୍ଥରାଶି ମୋଟ ଅନୁଦାନର ୬୪ ପ୍ରତିଶତ ବୋଲି ସେ କହିଛନ୍ତି । ତେବେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି(Rural Infrastructure Development Fund) ଅଧିନରେ ଅନୁମୋଦନ ହୋଇଥିବା ଅର୍ଥରେ ମୋଟ ୨ ହଜାର କିଲୋମିଟର ରାସ୍ତା ନିର୍ମାଣ ସହ ୧୭.୧୩ କିଲୋମିଟରର ପୋଲ ନିର୍ମାଣ କାର୍ଯରେ ଚଳିତ ଆର୍ଥିକ ବର୍ଷରେ ବିନିଯୋଗ ହେବ । ଏହି ପ୍ରକଳ୍ପ ଜରିଆରରେ ଓଡିଶାର ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଲୋକେ ଉପକୃତ ହେବ ବୋଲି ସେ କହିଛନ୍ତି ।

ଏତଦ୍‌ବ୍ୟତିତ୍‌ ୯ଟି ମେଗା ପାଇପ୍‌ ଲାଇନ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୮୪୦ କୋଟି ଟଙ୍କା ଅନୁମୋଦନ କରାଯାଇଛି ବୋଲି ଉଦୟଭାସ୍କର କହିଛନ୍ତି । ଫଳରେ ୧୭ଲକ୍ଷରୁ ଉର୍ଦ୍ଧ ସାଧାରଣ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବେ ବୋଲି ସେ କହିଛନ୍ତି । ଏଥସହ କୃଷି ଓ କୃଷି କ୍ଷେତ୍ର ଏବଂ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଲାଗି ୬୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ କିଛି ନିର୍ଦ୍ଧିଷ୍ଟ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ଅନୁମୋଦନ କରାଯାଇଛି ।

ଏଥିରେ ରହିଛି କୁଶୁମି ଜଳସେଚନ ପ୍ରକଳ୍ପ ଓ ବ୍ରହ୍ମପୁର ଲାଇଭଷ୍ଟକ ଭ୍ୟାକିସିନ ପ୍ରଡକ୍ସନ ୟୁନିଟ୍‌( livestock vaccine production unit) । ଏପଟେ ଓଡିଶାର ବିକାଶ ଲାଗି ନାବାର୍ଡ ନିରନ୍ତର ସେବା ପ୍ରଦାନ କରୁଥିବା ସେ କହିଛନ୍ତି । ତେବେ ଚଳିତ ବର୍ଷ ଏହି ମଞ୍ଜୁର ସହିତ ଆରଆଇଡିଏଫ୍ ଆରମ୍ଭ ହେବା ଦିନରୁ ନାବାର୍ଡର ମୋଟ ମଞ୍ଜୁର ଓଡିଶା ପାଇଁ ୩୨,୧୦୦ କୋଟି ଟଙ୍କା ଅତିକ୍ରମ କରିଛି ବୋଲି ସି ଉଦୟଭାସ୍କର କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.