ETV Bharat / city

କ୍ରୁଜ୍ ରେଭ୍ ପାର୍ଟିରେ ଓଡିଆ ଯୁବକ ଗିରଫ ଘଟଣା, ଡ୍ରଗ୍ସ ଲିଙ୍କକୁ ଖଣ୍ଡନ କଲେ ଯୁବକଙ୍କ ବାପା - Aryan Khan drugs link update

ମୁମ୍ବାଇ କ୍ରୁଜ ବୋଟରେ ଆୟୋଜିତ ରେଭ ପାର୍ଟିରେ ଡ୍ରଗ୍ସ ମାମଲାରେ ଓଡିଆ ଯୁବକ ଗିରଫ ହେବା ଘଟଣାରେ ଆସିଲା ସମ୍ପୃକ୍ତ ଯୁବକଙ୍କ ପିତାଙ୍କ ପ୍ରତିକ୍ରିୟା । କହିଲେ ଡ୍ରଗ୍ସ ପାର୍ଟି କିମ୍ବା ସାହାରୁଖ ଖାଁଙ୍କ ପୁଅ ସହିତ ନଥିଲା ସମ୍ପର୍କ। ବ୍ୟାଚେଲର ପାର୍ଟି ପାଇଁ ଯାଇଥିଲେ ମୁମ୍ବାଇ । ଅଧିକ ପଢନ୍ତୁ...

ମୁମ୍ବାଇ ଡ୍ରଗ୍ସ ପାର୍ଟିରେ ଓଡିଆ ଯୁବକ ଗିରଫ ଘଟଣା, ସମ୍ପୃକ୍ତିକୁ ଖଣ୍ଡନ କଲେ ଯୁବକଙ୍କ ବାପା

author img

By

Published : Oct 6, 2021, 7:37 PM IST

ଭୁବନେଶ୍ବର: ମୁମ୍ବାଇ ଉପକୂଳରେ କ୍ରୁଜ ବୋଟରେ ଚାଲିଥିବା ରେଭ ପାର୍ଟିରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା ରାଉରକେଲାର ଯୁବକ ମନିଷ ରାଜଗରିଆଙ୍କ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ ପୁଅ ଘଟଣାରେ ସମ୍ପୃକ୍ତ ନଥିବା ସହ ଅଭିନେତା ସାହାରୁଖ ଖାନଙ୍କ ପୁଅ ଆର୍ୟାନଙ୍କ ସହ ତାଙ୍କ ପୁଅର କୌଣସି ସମ୍ପର୍କ ନଥିବା କହିଛନ୍ତି ଗିରଫ ମନିଷଙ୍କ ବାପା ।

ମୁମ୍ବାଇ ଡ୍ରଗ୍ସ ପାର୍ଟିରେ ଓଡିଆ ଯୁବକ ଗିରଫ ଘଟଣା, ସମ୍ପୃକ୍ତିକୁ ଖଣ୍ଡନ କଲେ ଯୁବକଙ୍କ ବାପା

ମନିଷ ଜଣେ ବନ୍ଧୁଙ୍କ ବ୍ୟାଚେଲର ପାର୍ଟିରେ ଯୋଗଦେବା ପାଇଁ ରାଉରକେଲାରୁ ମୁମ୍ବାଇ ଯାଇଥିଲେ। ଉକ୍ତ କ୍ରୁଜ ବୋଟରେ ରେଭପାର୍ଟି ନୁହେଁ ବରଂ ବ୍ୟାଚେଲର ପାର୍ଟିରେ ସାମିଲ ହୋଇଥିଲେ ସେ । ତାଙ୍କ ନିକଟରୁ କିଛି ଡ୍ରଗ୍ସ ସମ୍ପର୍କିତ ଦ୍ରବ୍ୟ ଜବତ ହୋଇ ନଥିବାବେଳେ ଏହା ଏକ ହାଇ ପ୍ରୋଫାଇଲ ଘଟଣା ହୋଇଥିବାରୁ ତାଙ୍କ ପୁଅକୁ ଏଥିରେ ଫସାଯାଇଛି ବୋଲି କହିଛନ୍ତି ଗିରଫ ଯୁବକଙ୍କ ବାପା ।

ଅନ୍ୟ ଜଣେ ଓଡିଆ ଯୁବକ ଅଭିନକୁ ମଧ୍ୟ ଡ୍ରଗ୍ସ ଲିଙ୍କରେ ଗିରଫ କରିଛି ଏନସିବି । ଅଭିନ ବ୍ୟବହାର କରୁଥିବା ସିଗାେରେଟରେ ଡ୍ରାଗ୍ସ ଥିବା ନେଇ ଏନସିବି କହିଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନଙ୍କ ପରିବାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.