ETV Bharat / city

‘ମୋ କଲେଜ ଅଭିଯାନ’ର ଶୁଭାରମ୍ଭ, ଯୋଡି ହେବେ ପୁରାତନ ଛାତ୍ରଛାତ୍ରୀ

author img

By

Published : Mar 21, 2021, 7:43 PM IST

‘ମୋ କଲେଜ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରାତନ ଛାତ୍ରଛାତ୍ରୀ ଏହି ଯୋଜନାରେ ଯୋଡି ହେବେ। ଏହି ଅଭିଯାନରେ ପାଖାପାଖି 755 କଲେଜ ଯୋଡି ହୋଇଛନ୍ତି । ଅଧିକ ପଢନ୍ତୁ...

‘ମୋ କଲେଜ ଅଭିଯାନ’ର ଶୁଭାରମ୍ଭ, ଯୋଡି ହେବେ ପୁରାତନ ଛାତ୍ରଛାତ୍ରୀ
‘ମୋ କଲେଜ ଅଭିଯାନ’ର ଶୁଭାରମ୍ଭ, ଯୋଡି ହେବେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ବର: ‘ମୋ କଲେଜ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରାତନ ଛାତ୍ରଛାତ୍ରୀ ଏହି ଯୋଜନାରେ ଯୋଡି ହେବେ। ଏହି ଅଭିଯାନରେ ପାଖାପାଖି 755 କଲେଜ ଯୋଡି ହୋଇଛନ୍ତି । ଏହା ଏକ ଉପଯୁକ୍ତ ପ୍ଲାଟଫର୍ମ, ଯାହା ଦ୍ବାରା ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜ କଲେଜ ସହିତ ଯୋଡି ହୋଇପାରିବେ।

ପୁରାତନ ଛାତ୍ରଛାତ୍ରୀଙ୍କ ସଫଳତାର କାହାଣୀ ଶୁଣିବେ ବର୍ତ୍ତମାନର ଛାତ୍ରଛାତ୍ରୀ । ଫଳରେ ସେମାନଙ୍କ ବୌଦ୍ଧିକ ବିକାଶ ହୋଇପାରିବ । ଏହି ଲକ୍ଷ୍ୟ ରଖି ସରକାର ଅଭିଯାନ ଆରମ୍ଭ କରିଛନ୍ତି । ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିଯୁକ୍ତି ଯୋଗାଇବା ପାଇଁ ସହଯୋଗ କରାଯିବ । 51 ସରକାରୀ ମହାବିଦ୍ୟାଳୟ, 558 ଟି ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ, 13 ଟି ଉଚ୍ଚ ଶିକ୍ଷା ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ, ସଂସ୍କୃତି ଅଧୀନରେ ଗୋଟିଏ ବିଶ୍ୱବିଦ୍ୟାଳୟ, କୃଷି ଓ ମତ୍ସ୍ୟ ବିଭାଗରେ ଗୋଟିଏ ବିଶ୍ୱବିଦ୍ୟାଳୟ ଯୋଡି ହୋଇଛନ୍ତି ।

ଏହାସହ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା 10 ଟି ମହାବିଦ୍ୟାଳୟ, ବିଏଡ କଲେଜ 16 ଟି, 9 ଟି ଆଇନ କଲେଜ, ଦକ୍ଷତା ବିକାଶ ଓ ବୈଷୟିକ ବିକାଶରେ 44 ଟି ମହାବିଦ୍ୟାଳୟ, 3 ଟି ସରକାରୀ ବୃତ୍ତିଗତ ମହାବିଦ୍ୟାଳୟ, ସଂସ୍କୃତି ଅଧୀନରେ 3 ଟି ମହାବିଦ୍ୟାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧୀନରେ 46 ଟି ମହାବିଦ୍ୟାଳୟ ଗୁଡିକକୁ ‘ମୋ କଲେଜ ଅଭିଯାନ’ରେ ସାମିଲ କରାଯାଇଛି । ଯେଉଁମାନେ ଅର୍ଥ ରାଶି ଯୋଗାଇବେ ସେହି ଠାରେ ରାଜ୍ୟ ସରକାର ଦୁଇ ଗୁଣ ଅର୍ଥରାଶି ଯୋଗାଇ ଦେବେ ଫଳରେ କଲେଜର ବିକାଶଖ୍ୟାତରେ ଆଗେଇବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.