ETV Bharat / city

କବାଡିଆରେ ମୋ ସାଇକେଲ: 25 ହଜାରରେ କିଣା, 5 ଶହରେ ବିକ୍ରି

author img

By

Published : Jul 14, 2021, 10:55 PM IST

Updated : Jul 15, 2021, 10:17 AM IST

ରାଜଧାନୀରେ କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେଲା ମୋ ସାଇକେଲ ଯୋଜନା । 25 ହଜାରରେ କିଣା ହୋଇଥିବା ଅତ୍ୟାଧୁନିକ ସାଇକେଲ ଏବେ 5 ଶହରେ କବାଡିଆକୁ ହେଉଛି ବିକ୍ରି । ମୁହଁ ଖୋଲୁନି ବିଏମସି । ଅଧିକ ପଢନ୍ତୁ...

କବାଡିଆରେ ମୋ ସାଇକେଲ: 25 ହଜାରରେ କିଣା, 5 ଶହରେ ବିକ୍ରି
କବାଡିଆରେ ମୋ ସାଇକେଲ: 25 ହଜାରରେ କିଣା,5 ଶହରେ ବିକ୍ରି

ଭୁବନେଶ୍ବର : କବାଡିଖାନାରେ ମୋ ସାଇକେଲ । ଖଣ୍ଡ ଖଣ୍ଡ ହୋଇ କଟାଯାଉଛି । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଶହ ଶହ ସାଇକେଲ କବାଡ଼ିଆରେ କଟା ହୋଇ ପଡିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବର ଉପକଣ୍ଠ ପାତ୍ରପଡାସ୍ଥିତ ଏକ କବାଡ଼ିଖାନାରେ । ରେ।ମୋ ସାଇକେଲ କିଣା ହୋଇଥିଲା ୨୫ ହଜାର ଟଙ୍କାରେ ହେଲେ କବାଡ଼ିଆରେ ବିକ୍ରି ହେଉଛି ୫୦୦ ଟଙ୍କାରେ ।

ସ୍ମାର୍ଟସିଟିରେ ଗମନାଗମନର ସୁବିଧା ପାଇଁ ମୋ ସାଇକେଲ ଆରମ୍ଭ ହୋଇଥିଲା । ୨୦୧୮ ମସିହାରେ ହକି ବିଶ୍ବ ମହାକୁମ୍ଭ ସମୟରେ ସ୍ମାର୍ଟସିଟିବାସୀ ଓ ବିଦେଶୀଙ୍କ ପାଇଁ ସୁବିଧାରେ ଗମନାଗମନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସାଇକେଲ ଯୋଜନା ଆରମ୍ଭ କରିଥିଲେ । ଉଦେଶ୍ୟ ଥିଲା ରାଜଧାନୀରେ ପ୍ରଦୂଷଣ କମିବ, ଲୋକମାନେ ଶାରିରୀକ ସୁସ୍ଥତା ଅନୁଭବ କରିବେ । ଭିନ୍ନ ଏକ ଜୀବନଶୈଳୀକୁ ନେଇ। ୟୁଲୁ,ହେକ୍ସି,ଓ ୟାନା ତିନୋଟି କମ୍ପାନୀ ପ୍ରାୟ 2000 ସାଇକେଲ ଆଣି ବିଭିନ୍ନ ଵସଷ୍ଟପରେ ରଖିଥିଲେ । ହେଲେ 2 ବର୍ଷ ନ ପୁରୁଣୁ ମୋ ସାଇକେଲ ଏବେ ଅଲୋଡ଼ା ହୋଇ ପଡିଛି । ଏପରିକି ଭୁବନେଶ୍ବରରେ ଏକ କବାଡି ଖାନାରେ ଖଣ୍ଡ ଖଣ୍ଡ କଟା ହୋଇପଡ଼ିଛି ।

ମୋ ସାଇକେଲ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏଥିପାଇଁ ସ୍ଵତନ୍ତ୍ର ଟ୍ରାକ ମଧ୍ୟ ବ୍ୟବସ୍ଥା କରାଯାଇଥିଲା, ସାଇକେଲ ଯାତ୍ରୀଙ୍କ ପାଇଁ ନାଲି ରଙ୍ଗରେ ଟ୍ରାକକୁ ରଙ୍ଗୀନ କରାଯାଇଥିଲା । ଭୁବନେଶ୍ବରକୁ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ ହେଲେ ଦୁଃଖର କଥା ବିଏମସି ଓ ସ୍ମାର୍ଟସିଟି ଅବହେଳା ମନୋଭାବ ଯୋଗୁଁ ସହ ସହ ଅତ୍ୟାଧୁନିକ ତଥା ଦାମି ସାଇକେଲ ମାତ୍ର 5 ଶହ ଟଙ୍କାରେ ବିକ୍ରି ହେଉଛି । ଏନେଇ ସ୍ମାର୍ଟସିଟି କତ୍ତୃପକ୍ଷ ମୁହଁ ଖୋଲୁ ନାହାଁନ୍ତି । ତେବେ ଏଭଳି କବାଡିଖାନାରେ ସାଇକେଲ କଟା ହୋଇ ପଡିବା ବିଏମସି ଓ ସ୍ମାର୍ଟସିଟିର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jul 15, 2021, 10:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.