ETV Bharat / city

ସଡକ ଦୁର୍ଘଟଣା ପଛରେ ହତ୍ୟା ଷଡଯନ୍ତ୍ର, CCTV ଖୋଲିଲା ହତ୍ୟାକାଣ୍ଡର ଗୁମର - Bhubaneswar Murder case

ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଉଦ୍ୟମ । ଘଟଣାସ୍ଥଳରେ ଖୁଣ୍ଟରେ ବାଡେଇ ହୋଇ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣା ପଛରେ ହତ୍ୟା ଷଡଯନ୍ତ୍ର, CCTV ଖୋଲିଲା ହତ୍ୟାକାଣ୍ଡର ଗୁମର

author img

By

Published : Jul 7, 2021, 8:55 PM IST

ଭୁବନେଶ୍ବର: ଏକ ସଡ଼କ ଦୁର୍ଘଟଣା ଘଟିଛି ଆଉ ତା ପଛରେ ଲୁଚି ରହିଛି ହତ୍ୟାର ଷଡଯନ୍ତ୍ର । ଆଉ ତାହାର ଗୁମର ଖୋଲିଛି ରାଜଧାନୀର ସିସିଟିଭି(CCTV) । ସଡ଼କ ଦୁର୍ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସର ତଦନ୍ତ ସମୟରେ ପଦାକୁ ଆସିଛି ସିସିଟିଭିର ରୋଚକ ଦୃଶ୍ୟ । ଏହି ସଡ଼କ ଦୁର୍ଘଟଣାରେ କଏଦ ହୋଇଥିବା ସିସିଟିଭି ଦୃଶ୍ୟ ପୋଲିସର ତଦନ୍ତରେ ଆଣିଛି ଆଉ ଏକ ଟ୍ବିଷ୍ଟ । ଏନେଇ ଆଡ଼ଭାନସ ଇନଭେଷ୍ଟିଗେସନ ସାହାରାରେ ଦୁର୍ଘଟଣା ପଛର ଥିବା ହତ୍ୟାର ଷଡଯନ୍ତ୍ରକାରୀକୁ ଖୋଜି ଗିରଫ କରିଛି କମିସନରେଟ ପୋଲିସ ।

ସଡକ ଦୁର୍ଘଟଣା ପଛରେ ହତ୍ୟା ଷଡଯନ୍ତ୍ର, CCTV ଖୋଲିଲା ହତ୍ୟାକାଣ୍ଡର ଗୁମର

ଏଭଳି ଘଟଣା ଦେଖିବାକୁ ମିଳିଛି କ୍ୟାପିଟାଲ ଥାନା ଅଞ୍ଚଳ ସୂର୍ଯ୍ୟନଗର ଭେନସ ଇନ ଅଞ୍ଚଳରେ । ଗତ ମେ ମାସ ୨୪ ତାରିଖ ରାତିରେ ପୋଲିସକୁ ମିଳିଥିଲା ଏକ ଦୁର୍ଘଟଣାର ଖବର। ବାଇକରେ ଦୁର୍ଗାମଣ୍ଡପ ବସ୍ତିର ସୁବାଶ ନାୟକ ମୃତଦେହକୁ ଠାବ କରିଥିଲା ପୋଲିସ। ୬ ଫୁଟ ରାସ୍ତାରେ ଏକ ବିଦ୍ୟୁତ ଖୁଣ୍ଟିରେ ପିଟି ହୋଇଥିଲେ ସୁବାଷ ।

ହେଲେ ଦୁର୍ଘଟଣାର ପାରିପାର୍ଶ୍ବିକ ସ୍ଥିତି ପୋଲିସକୁ ସନ୍ଦେହ ଘେରକୁ ଟାଣି ନେଇଥିଲା । ସିସିଟିଭି ଯାଞ୍ଚପରେ ପୋଲିସ ହାତରେ ଲାଗିଥିଲା ଏମିତି କିଛି ତଥ୍ୟ। ସୂଚନାନୁସାରେ ପ୍ରଥମେ ପ୍ରେମ, ତା ପରେ ଷଡଯନ୍ତ୍ର ଆଉ ଶେଷରେ ବିଦ୍ୟୁତ ଖୁଣ୍ଟରେ ମାଡ ହୋଇ ଚାଲିଗଲା ଯୁବକଙ୍କ ଜୀବନ । ପାରିବାରିକ ଶତୃତାକୁ ନେଇ ସଜ୍ୟଜିତ ପଟେଲ ନାମକ ଜଣେ ଯୁବକ ଦୁଇ ସହଯୋଗୀଙ୍କ ସହ ମାରଣାସ୍ତ୍ର ଧରି ସୁବାଷଙ୍କୁ ଗୋଡାଇଥିଲେ । ଯାହାକୁ ଦେଖି ଭୟରେ ଗାଡ଼ି ଚଳାଇ ପ୍ରାଣ ବିକଳରେ ଯାଉଥିବା ବେଳେ ଏକ ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଚାଲିଗଲା ଜୀବନ ।

ଯାହାକି ସିସିଟିଭି ଆଧାରରେ ଅଭିଯୁକ୍ତକୁ ଠାବ କରିଛି ପୋଲିସ । ଫଳରେ ଏକ ବଡ଼ ଧରଣର ହତ୍ୟାକାଣ୍ଡର ଗୁମର ଫିଟାଇବାରେ ପୋଲିସ ସକ୍ଷମ ହୋଇଛି। ତେବେ ଅଭିଯୁକ୍ତ ସତ୍ୟଜିତ ପଟେଲକୁ ପୋଲିସ ଗିରଫ କରିଥିବା ବେଳେ, ଏନେଇ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ହତ୍ୟା ଷଡଯନ୍ତ୍ର ସମୟରେ ବ୍ୟବହୃତ ବାଇକ ଓ ମାରଣାସ୍ତ୍ରକୁ ଜବତ କରିଛି ପୋଲିସ । ସେପଟେ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.