ETV Bharat / city

ପୌର ପରିଷଦ ଗୁଡିକରେ ଗୁରୁବାର ଠାରୁ ହେବ ପୌର ଉପାଧ୍ୟକ୍ଷ ନିର୍ବାଚନ

ଗୁରବାର ହେବ ପୌର ପରିଷଦ ଗୁଡିକର ପୌର ଉପାଧ୍ୟକ୍ଷ ନିର୍ବାଚନ। ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । ଅଧିକ ପଢନ୍ତୁ

ପୌର ପରିଷଦ ଗୁଡିକରେ ଗୁରବାର ଠାରୁ ହେବ ପୌର ଉପାଧ୍ୟକ୍ଷ ନିର୍ବାଚନ

author img

By

Published : Apr 6, 2022, 3:42 PM IST

ଭୁବନେଶ୍ବର: ଗୁରବାର ହେବ ପୌର ପରିଷଦ ଗୁଡିକର ଉପାଧ୍ୟକ୍ଷ ନିର୍ବାଚନ। ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । 58 NAC, 47 ପୌର ପରିଷଦର ଉପାଧ୍ୟକ୍ଷ ଓ 3 ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା । ଆସନ୍ତାକାଲି ପୂର୍ବାହ୍ନ 10ଟାରୁ 11ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । 11ଟାରୁ 12ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ, ଏହାପରେ ଦିନ ଗୋଟାଏ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ 3ଟା ଯାଏଁ ମତଦାନ ଚାଲିବ ।

ପୌର ପରିଷଦ ଗୁଡିକରେ ଗୁରବାର ଠାରୁ ହେବ ପୌର ଉପାଧ୍ୟକ୍ଷ ନିର୍ବାଚନ

ମତଦାନ ପରେ ସେହିଦିନ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ । ସେହିଭଳି ଏପ୍ରିଲ 7ରେ କଟକ ମହାନଗରର ଡେପୁଟି ମେୟର ପଦବୀ, 8 ତାରିଖରେ ବ୍ରହ୍ମପୁର ଓ 9 ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଲାଗି ଡେପୁଟି ମେୟର ପଦ ପାଇଁ ନିର୍ବାଚନ ହେବ । ମହାନଗରଗୁଡ଼ିକରେ ନିର୍ଦ୍ଧାରିତ ଦିନ ପୂର୍ବାହ୍ନ 10ଟାରୁ 11ଟା ମଧ୍ୟରେ ନାମାଙ୍କନ ଦାଖଲ, 11ଟାରୁ 12ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ, ଏହାପରେ ଦିନ ଗୋଟାଏ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅପରାହ୍ନ ସାଢ଼େ ଗୋଟାଏରୁ ମତଦାନ ଆରମ୍ଭ ହେବ ।

2ରୁ ଅଧିକ ପ୍ରାର୍ଥୀ ରହିଥିଲେ ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାରୁ ଓହରିବେ । ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ । ଦଳ ବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ପ୍ରତିନିଧି ଦେଇପାରିବେ । ଏଭଳି କ୍ଷେତ୍ରରେ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ ଦେଖାଇ ଭୋଟ ଦେବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.