ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ମତଦାନର 48 ଘଣ୍ଟା ପୂର୍ବରୁ ସମସ୍ତ ପ୍ରକାର ନିର୍ବାଚନୀ ପ୍ରଚାରରେ କଟକଣା ଲଗାଇଲେ ରାଜ୍ୟ ନିର୍ବାଚନ ଆୟୋଗ ।
ଏନେଇ ଆଜି ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଡାକବାଜି ଯନ୍ତ୍ର, ଡିଜିଟାଲ ପ୍ରଚାର ଓ ସାଧାରଣ ସଭା ଉପରେ କଟକଣା ଲଗାଇଛନ୍ତି ।
ମତାଦାନ 24 ତାରିଖରେ ହେବାକୁ ଥିବା ବେଳେ 22 ତାରିଖ ସଂଧ୍ୟା 5 ଟା ପରେ ସମସ୍ତ ପ୍ରକାରର ସାଧାରଣ ସଭା ଏବଂ ପ୍ରଚାର ଅଭିଯାନ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ