ଭୁବନେଶ୍ବର : ଓଡିଆ ନିର୍ଦ୍ଦେଶକଙ୍କ ହିନ୍ଦୀ ୱେବ୍ ସିରିଜ୍ । ଓଡିଆ କଳାକାରଙ୍କୁ ନେଇ ପ୍ରସ୍ତୁତ କରିବେ ହିନ୍ଦୀ ୱେବ ସିରିଜ ‘ସେକ୍ସନ୍ 377’। LGBTQଙ୍କ ଜୀବନଶୈଳୀଙ୍କୁ ନେଇ ନିର୍ମିତ ହେବ ଏହି ଫିଲ୍ମ । ତେବେ ଏହାର ଶୁଭ ମହୁରତ ସ୍ଥାନୀୟ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଖୁବ୍ ଶୀଘ୍ର ଏହି ସିରିଜର ସୁଟିଂ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ଅବିନାଶ ରାଉତ ସୂଚନା ଦେଇଛନ୍ତି । ଏହି ୱେବ ସିରଜଟି ଏ.ଆର ବ୍ୟାନରରେ ନିର୍ମିତ ହେଉଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ସିନ୍ଦୁରା ରାଉତ, ପ୍ରିୟବ୍ରତ ରାଉତ ଓ ପାୟଲ ସାମାନ୍ତରାୟ।
ଏହା ଏ.ଆର ବ୍ୟାନରର ଦ୍ଵିତୀୟ ସିରିଜ ହୋଇ ଥିବା ବେଳେ ଏହାର ପ୍ରଥମ ହିନ୍ଦୀ ୱେବ ସିରିଜ ‘ପ୍ଲେଜର’ ଖୁବ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ