ETV Bharat / city

ଆସନ୍ତାକାଲି ଠାରୁ ଏମଏସଏମଇ ବାଣିଜ୍ୟ ମେଳା ଆରମ୍ଭ

ଶୁକ୍ରବାର ଠାରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବ ଏମଏସଏମଇ ବାଣିଜ୍ୟ ମେଳା । ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ । ଅଧିକ ପଢନ୍ତୁ....

author img

By

Published : Mar 4, 2021, 7:07 PM IST

Updated : Mar 4, 2021, 7:54 PM IST

ଆସନ୍ତାକାଲି ଠାରୁ ଏମଏସଏମଇ ବାଣିଜ୍ୟ ମେଳା ଆରମ୍ଭ
ଆସନ୍ତାକାଲି ଠାରୁ ଏମଏସଏମଇ ବାଣିଜ୍ୟ ମେଳା ଆରମ୍ଭ

ଭୁବନେଶ୍ୱର: ଏମଏସଏମଇ ବାଣିଜ୍ୟମେଳା-୨୦୨୧ ଚଳିତବର୍ଷ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ୫ ଦିନ ଧରି ଚାଲିବ । ଏଥିସହ ରାଜଧାନୀରେ ମଧ୍ୟ ପ୍ରତିବର୍ଷ ‘ଉଦ୍ୟୋଗୀ ସପ୍ତାହ” ପାଳନ କରାଯାଇଥାଏ । ଆସନ୍ତାକାଲି(ଶୁକ୍ରବାର) ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମେଳାର ଶୁଭ ଉଦଘାଟନ କରିବେ । କୋଭିଡ଼-୧୯ କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତ୍ୟେକ ଗାଇଡଲାଇନକୁ ପାଳନ କରି ଏବର୍ଷ ଏମଏସଏମଇ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଅର୍ଥନୈତିକ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ପଦକ୍ଷେପମାନ ଗ୍ରହଣ କରିଛନ୍ତି । କୋଭିଡ଼ ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଏମଏସଏମଇ କ୍ଷେତ୍ରକୁ ପୂର୍ବ ସ୍ଥିତିକୁ ଆଣିବା ପାଇଁ ରାଜ୍ୟ ସରକାର ୨୮୯ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ବିଭାଗର ଅଭିବୃଦ୍ଧି ପାଇଁ ଉତ୍ପାଦନ ବ୍ୟତୀତ ବଜାର ପ୍ରବେଶ, ବାଣିଜ୍ୟ ଓ ରପ୍ତାନୀ ହେଉଛି ପ୍ରମୁଖ ଉପାଦନ । ରାଜ୍ୟର ବାଣିଜ୍ୟକୁ ଆହୁରି ମଜବୁତ କରିବା ପାଇଁ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ୨୦୧୩ ମସିହାରୁ ପ୍ରତିବର୍ଷ ଜାତୀୟ ଏମଏସଏମଇ ବାଣିଜ୍ୟ ମେଳା ଆୟୋଜିତ ହୋଇଆସୁଛି ।

ଦେଶର ବହୁ ରାଜ୍ୟ ତଥା ଇରାନ ଓ ବାଂଲାଦେଶ ଭଳି ଦେଶ ଏଥିରେ ଅଂଶଗ୍ରହଣ କରିଥାନ୍ତି । ବିଭିନ୍ନ ବାଣିଜ୍ୟ, ଉତ୍ପାଦ, ଜ୍ଞାନ କୌଶଳର ପ୍ରଦର୍ଶନ ଏବଂ କ୍ରେତା ବିକ୍ରେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବାଣିଜ୍ୟ ମେଳାର ପରିକଳ୍ପନା କରାଯାଇଛି । ଶିଳ୍ପଦ୍ୟୋଗୀଙ୍କ ପାଇଁ ବିଭିନ୍ନ ଯାନ୍ତ୍ରିକ ଜ୍ଞାନକୌଶଳର ପ୍ରତ୍ୟକ୍ଷ ପ୍ରଦର୍ଶନ କରି ନିଜର ଉତ୍ପାଦଗୁଡ଼ିକୁ ବଜାର ପ୍ରବେଶ ପାଇଁ ଏହା ଏକ ଉକୃଷ୍ଠ ସୁଯୋଗ । ବିଭିନ୍ନ ବିଷୟ ଉପରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟଶାଳାରୁ ଶିଳ୍ପଦ୍ୟୋଗୀମାନେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇପାରିବେ ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 4, 2021, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.