ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବର୍ବରୋଚିତ କାଣ୍ଡ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାାଁ । ବିଜୁ ଜନତା ଦଳ କେବେ ବି ହିଂସାକୁ ପ୍ରଶୟ ଦିଏ ନାହିଁ । ହିଂସା ଗଣ୍ଡଗୋଳ ମାରପିଟ ଏ ସବୁ ଭଲ ନୁହେଁ । ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁନ୍ନା କହିଛନ୍ତି ।
ଏହା ବି ପଢନ୍ତୁ: ଖୋର୍ଦ୍ଧାରେ ଖେରୀ ପୁନରାବୃତ୍ତି, ଭିଡ ଉପରେ ଗାଡି ମଡାଇଦେଲେ ଚିଲିକା ବିଧାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିନ୍ଦନୀୟ କାର୍ଯ୍ୟକୁ ଗ୍ରହଣ କରନ୍ତି ନାହିଁ । ଆଜି ପର୍ଯ୍ୟନ୍ତ ଏହିଭଳି କେବେ ହୋଇନଥିଲା । ଯାହା ହୋଇଛି ଏହାକୁ କେବେ ବି ବରଦାସ୍ତ କରାଯିବା କଥା ନୁହେଁ । ସେ ଆହୁରି କହିଛନ୍ତି ଯେ ସେ ଗୋଟିଏ ଭିଡିଓରେ ଦେଖିଥିଲେ ଯେ ବିଜେପି କର୍ମୀ ବି ବାଡ଼ି ପତକା ଧରି ତାଙ୍କୁ ବାଡ଼ଉଥିଲେ । ସେମାନେ ବି ସଂଯମତା ରକ୍ଷା କରି ପାରିଲେ ନାହିଁ ବୋଲି ସେ କହିଛନ୍ତି । ମାତ୍ର ଏହି ଘଟଣାରେ ଆଇନ ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦଳ ତାର ନିଷ୍ପତ୍ତି କରିବ । ଯାହାର ଭୁଲ ଥିବ ତାକୁ ନିଶ୍ଚିତ ଦଣ୍ଡ ଦିଆଯିବ । ସେ ଯେତେ ବଡ଼ ଲୋକ ହେଉ ନା କାହିଁକି ବୋଲି କହିଛନ୍ତି ମୁନ୍ନା ।
ଏହା ବି ପଢନ୍ତୁ: Banapur Violence: ଗିରଫ ହେବେ ବାହୁବଳୀ ବିଧାୟକ, ବାଣପୁର ଏନଏସି ଅଞ୍ଚଳରେ ୧୪୪ ଲାଗୁ
ତେବେ ସୂଚନା ଥାଉ କି ଗତକାଲି(ଶନିବାର) ଖୋର୍ଦ୍ଧା ବାଣପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରି ରହିଥିବା ବେଳେ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ଚିଲିକା ବିଧାୟକ ଭିଡ଼ ଉପରେ ଗାଡ଼ି ଚଢାଇ ଦେଇଥିଲେ । ଏହାପରେ ଲୋକେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ଘଟଣାରେ ୧୦ କର୍ମଚାରୀଙ୍କ ସମେତ ୨ ଜଣ ସାମ୍ବାଦିକ ଓ ୬ ଜଣରୁ ଅଧିକ ସାଧାରଣ ଲୋକ ଆହତ ହୋଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ