ଭୁବନେଶ୍ବର: ବାଇ-ଲ ପ୍ରସଙ୍ଗକୁ ନେଇ ଏକାମ୍ର କ୍ଷେତ୍ରର ଦ୍ଵନ୍ଦ ଦୂର କରିବାକୁ ଚେଷ୍ଟା କଲେ ସାଂସଦ ଅପରାଜିତା ଷଡଙ୍ଗୀ । ମନ୍ଦିର ଚାରିପର୍ଶ୍ଵରେ ଚାଲିଥିବା ସୌନ୍ଦର୍ଯ୍ୟକରଣ ନାଁରେ ଅନ୍ୟାୟ ଓ ଶୋଷଣ ଚାଲିଛି ବୋଲି କହିଛନ୍ତି ଅପରାଜିତା । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିକଟରେ 3ଟି ପ୍ରଶ୍ନ ମଧ୍ୟ ପଚାରିଥିବା ଦେଖିବାକୁ ମିଳିଛି ।
ସେ ଆହୁରି ମଧ୍ୟ କହିଛନ୍ତି ସରକାରଙ୍କ ଅଂଜ୍ଞତା, ପ୍ରଶାସନ ଅପରିପକ୍ବତା , ଦୁର୍ନୀତି କରିବା ପାଇଁ ମସୁଧା ହେଉଛି ମନ୍ଦିର ଚତୁପାର୍ଶ୍ଵର ସୌନ୍ଦର୍ଯ୍ୟକରଣ । ବାଇ-ଲ ଏକ ଅପରେଶନାଲ ଗାଇଡଲାଇନ, ଏହା ଏକ ନିୟମ ନୁହେଁ। କିନ୍ତୁ ଏହାକୁ ନେଇ ରାଜ୍ୟବାସୀଙ୍କୁ ସରକାର ଭ୍ରମିତ କରିଥିବା କହିଛନ୍ତି ଅପରାଜିତା । ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବିକାଶ ଆଇନର ପରିସର ମଧ୍ୟରେ ହେଉ । ପୁରୀ ମନ୍ଦିରର ସୌର୍ଯ୍ୟକରଣ କାମ କାହିଁକି ନୋଇଡା, ଓ ଦକ୍ଷିଣ ଭାରତର ଆର୍କହୋମ୍ ଆରିଟେକ୍ଟକୁ ଦିଆଗଲା ତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଅପରାଜିତା ।
ଓଡ଼ିଶାର ଅନେକ ଐତିହ୍ୟ ଆରିଟେକ୍ଟ ଥିଲେ ମଧ୍ୟ କାହିଁକି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ମୁଖ୍ୟମନ୍ତ୍ରୀ ଇନଟାକ ସଦସ୍ୟ ଅଛନ୍ତି । ତେଣୁ ଏ ସମ୍ପର୍କରେ ଥିବା ସମସ୍ତ ଅସଙ୍ଗତି ଦୂର କରିବା ସହ ମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ହେଉଥିବା ଭୁଲ କାର୍ଯ୍ୟ ପାଇଁ ରାଜ୍ୟବାସୀଙ୍କ ଆଗରେ କ୍ଷମା ମାଗିବାକୁ ମଧ୍ୟ ଅପରାଜିତାଙ୍କ ଦାବି କରିଥିବା ଦେଖାଦେଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ