ଭୁବନେଶ୍ବର: ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ପୁଣି ଥରେ ଘେରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ନିଜ ଟ୍ବିଟର ହ୍ୟାଣ୍ଡଲରେ ଏକ ଚିଠି ଟ୍ବିଟ କରି ଅପରାଜିତା କହିଛନ୍ତି ଏଏସଆଇ (Archaeological Survey of India ) ଦ୍ବାରା ଲେଖାଯାଇଥିବା ଚିଠିରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାରର କାମ ବନ୍ଦ ଲାଗି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏଏସଆଇ ଏହି ଚିଠି ଗତ ଫେବୃୟାରୀ 5 ତାରିଖରୁ ଲେଖିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ନିର୍ମାଣ କାମ ବନ୍ଦ କରିନାହାଁନ୍ତି । ଆମର ଆସ୍ଥା ଆମର ମନ୍ଦିରକୁ ସୁରକ୍ଷା କରିବାର ଏହା ସମୟ ନୁହେଁ କି ? ବୋଲି ଅପରାଜିତା କହିଛନ୍ତି ।
-
Archaeological Survey of India has issued letter to the concerned authorities of Puri for stopping work in the Prohibited area(100 metres)of Jagannath Temple,Puri.But work has not stopped by the State Govt till now.Illegal this is!
— Aparajita Sarangi, Member of Parliament (@AprajitaSarangi) April 4, 2022 " class="align-text-top noRightClick twitterSection" data="
Isn't it time for all of us to SAVE OUR TEMPLE? pic.twitter.com/ogRyx28FeD
">Archaeological Survey of India has issued letter to the concerned authorities of Puri for stopping work in the Prohibited area(100 metres)of Jagannath Temple,Puri.But work has not stopped by the State Govt till now.Illegal this is!
— Aparajita Sarangi, Member of Parliament (@AprajitaSarangi) April 4, 2022
Isn't it time for all of us to SAVE OUR TEMPLE? pic.twitter.com/ogRyx28FeDArchaeological Survey of India has issued letter to the concerned authorities of Puri for stopping work in the Prohibited area(100 metres)of Jagannath Temple,Puri.But work has not stopped by the State Govt till now.Illegal this is!
— Aparajita Sarangi, Member of Parliament (@AprajitaSarangi) April 4, 2022
Isn't it time for all of us to SAVE OUR TEMPLE? pic.twitter.com/ogRyx28FeD
- ଶ୍ରୀମନ୍ଦିର ୧୦୦ ମିଟର ଭିତରେ ନିର୍ମାଣ ପ୍ରସଙ୍ଗ
- ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ ସାଂସଦ ଅପରାଜିତା
- ଟ୍ବିଟ୍ ସହ ASIର ଚିଠି ଉପସ୍ଥାପନ କରିଛନ୍ତି ଅପରାଜିତା
- ଚିଠି ଗତ ଫେବୃୟାରୀ ୫ ତାରିଖରୁ ଲେଖା ଯାଇଥିଲା
- କାର୍ଯ୍ୟ ବନ୍ଦ ହୋଇନଥିବା ଲେଖିଛନ୍ତି ଅପରାଜିତା
ଏହା ପୂର୍ବରୁ ଲୋକସଭାରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ଉଠାଇ ଅପରାଜିତା କହିଥିଲେ, ପୁରୀ ଶ୍ରୀଜଗନ୍ନାଥ ଧାମ ହେଉଛି ଓଡିଶାବାସୀଙ୍କ ସହ କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର । ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁ ହେଉଛନ୍ତି ଆମର ଭାବାବେଗ । ହେଲେ ଏହି ମନ୍ଦିରର ସୁରକ୍ଷାକୁ ନେଇ ଏବେ ବିପଦ ଦେଖାଦେଇଛି । ବର୍ଷ 1958 ରେ ଲୋକସଭାରେ ପାରିତ ହୋଇଥିବା ଆମସାରକୁ ଉଲ୍ଲଙ୍ଘନ କରାଯାଉଛି । ଏହି ଆଇନରେ ବ୍ୟବସ୍ଥା ରହିଛି ଯେ କୌଣସି ଐତିହ୍ୟସ୍ଥଳରେ ୧୦୦ ମିଟର ହେଉଛି ନିଷିଦ୍ଧାଞ୍ଚଳ । ଏହାରି ମଧ୍ୟରେ କୌଣସି ପ୍ରକାର ନୂଆ ନିର୍ମାଣ, ସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ। ଯଦି ୨୦୦ ମିଟରର ରେଗୁଲେଟେଡ ଏରିଆରେ ନିର୍ମାଣ ଆବଶ୍ୟକ ହୁଏ, ତେବେ ନ୍ୟାସନାଲ ମନ୍ୟୁମେଣ୍ଟର ଅନୁମତି ନେବାକୁ ଜରୁରୀ । ହେଲେ ଶ୍ରୀଜଗନ୍ନାଥ ମନ୍ଦିରରେ ନିୟମକୁ ଉଲ୍ଲଙ୍ଘନ କରି ନିର୍ମାଣ, ଖନନ ହେଉଛି । ଯାହା ଏବେ ମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା କହିଥିଲେ ଅପରାଜିତା ।
ଅନ୍ୟପଟେ ଲୋକସଭାରେ ଅପରାଜିତାଙ୍କ ଅଭିଯୋଗର ତୁରନ୍ତ ଜବାବ ଦେଇ ବିଜେଡି ପୁରୀ ସାଂସଦ ପୀନାକି ମିଶ୍ର କୌଣସି ଆଇନ ଉଲ୍ଲଙ୍ଘନ ହେଉନଥିବା କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ