ETV Bharat / city

ଐତିହ୍ୟ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣା କ୍ଷେତ୍ରରେ ରାଜ୍ୟ ସରକାର ଅପରିପକ୍ୱ: ଅପରାଜିତା

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପ୍ରସଙ୍ଗ ନେଇ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଐତିହ୍ୟ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣା କ୍ଷେତ୍ରରେ ରାଜ୍ୟ ସରକାର ଅପରିପକ୍ବ କହିଲେ ଅପରାଜିତା । ଅଧିକ ପଢନ୍ତୁ

ଐତିହ୍ୟ କିର୍ତ୍ତିରାଜିର ରକ୍ଷଣାବେକ୍ଷଣା କ୍ଷେତ୍ରରେ ରାଜ୍ୟ ସରକାର ଅପରିପକ୍ବ: ଅପରାଜିତା

author img

By

Published : Jun 1, 2022, 9:59 PM IST

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପ୍ରସଙ୍ଗ ନେଇ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟ ସରକାର ଐତିହ୍ୟ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣା କ୍ଷେତ୍ରରେ ଅପରିପକ୍ବତା ପ୍ରଦର୍ଶନ କରୁଥିବା କଟାକ୍ଷ କରିଛନ୍ତି ଅପରାଜିତା । NMA ସହ ଆଲୋଚନା କରି ସରକାର କାମ କରୁନାହାନ୍ତି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି ।

ଐତିହ୍ୟ କିର୍ତ୍ତିରାଜିର ରକ୍ଷଣାବେକ୍ଷଣା କ୍ଷେତ୍ରରେ ରାଜ୍ୟ ସରକାର ଅପରିପକ୍ବ: ଅପରାଜିତା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୮୦ଟି ପୁରୁଣା କୀର୍ତ୍ତରାଜି ASI ସୁରକ୍ଷିତ ମନ୍ଦିର ମଧ୍ୟରୁ ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର ରହିଛି । ଆମସର ଆକ୍ଟ ୧୯୫୮ ଦ୍ୱାରା ଗାଇଡଲାଇନ ଅନୁସାରେ ରକ୍ଷଣାବେକ୍ଷଣ ASI କରିବା କଥା ।
ଲିଙ୍ଗରାଜ ମନ୍ଦିର ଆଖପାଖରେ କାମ ହେଲେ ASI କୁ ନେଇ ରାଜ୍ୟ ସରକାର କାମ କରିବା କଥା । ପ୍ରକ୍ରିୟା କଣ ବୁଝିବା ଆବଶ୍ୟକ । ଅଧ୍ୟାଦେଶ ଅଣାଗଲେ ଆପତ୍ତି ସମୟ ରହିବ, ଏହି ସମୟରେ ପରାମର୍ଶ ମଧ୍ୟ ରହିବ ।

ଏଥିପାଇଁ NMA ସମସ୍ତଙ୍କ ମତାମତ ଲୋଡିଲା । ମାତ୍ର ରାଜ୍ୟସରକାର କାହିଁକି ବିବ୍ରତ, ଭୁଲ କାମ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଆପତ୍ତି ଆସିଲେ NMA ସମୀକ୍ଷା କରି ବିଶ୍ଳେଷଣ କରି ନିଷ୍ପତ୍ତି ନେବ । ରାଜ୍ୟ ସରକାର NMA ସହିତ ବସି ଆଲୋଚନା କରି କାର୍ଯ୍ୟ କରିବ କଥା । ଐତିହ୍ୟ କୀର୍ତ୍ତିରାଜି ରକ୍ଷଣାବେକ୍ଷଣରେ ରାଜ୍ୟ ସରକାର ଅପରିପକ୍ଵତା ପ୍ରକାଶ କରୁଥିବା ଅପରାଜିତା ଅଭିଯୋଗ କରିଛନ୍ତି ।

ପ୍ରଶାସନ ସମସ୍ତଙ୍କୁ ପଚାରି ନିୟମ କାନୁନ ମାନି ଚାଲିବା କଥା । ବେଆଇନ କାମ କରିବା କଥା ନୁହେଁ । ସଂସ୍କୃତି, ପରମ୍ପରା ଓ ଲୋକଙ୍କ ଭାବନାକୁ ଆଖି ଆଗରେ ରଖି କାର୍ଯ୍ୟ କରିବ କଥା । ଲିଙ୍ଗରାଜ ମନ୍ଦିର କାର୍ଯ୍ୟ ପାଇଁ ସମସ୍ତଙ୍କ ମତାମତ ନେଇ କରିଥିଲେ ଏପରି ଅସୁବିଧା ହୋଇନଥାନ୍ତା । ବିକାଶ ଓ ସୌନ୍ଦର୍ଯ୍ୟକରଣକୁ କେହି ବିରୋଧ କରୁନାହାଁନ୍ତି । କିନ୍ତୁ ଏହା ଆଇନ ବିରୋଧୀ ହୋଇ ପାରିବ ନାହିଁ ବୋଲି ଅପରାଜିତା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.